ଦ୍ୱିତୀୟ ଟେଷ୍ଟ : ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ଦୁଇ ଶହ ରନ୍‌ ଟପିଲା ଭାରତ

ମୁମ୍ବାଇ : ପ୍ରଥମ ଟେଷ୍ଟରେ ଶ୍ରେୟଶ ଆୟାର ଆଉ ଏବେ ମୟଙ୍କ ଅଗ୍ରଓ୍ଵାଲ ଶତକ ପିଟିଛନ୍ତି । ଫଳରେ ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଭାରତୀୟ ଦଳ କରିଛି ୪ ଓ୍ଵିକେଟ୍‌ରେ ୨୨୧ ରନ୍‌ । ଆଉ ଏକ ବିଶେଷ କଥା ହେଉଛି ନ୍ୟୁଜିଲାଣ୍ଡ ପକ୍ଷରୁ ଭାରତର ଏହି ୪ଟି ଯାକ ଓ୍ଵିକେଟ୍‌ ନେଇଛନ୍ତି ସ୍ପିନର ଏଜାଜ ପଟେଲ ।

ମୁମ୍ବାଇରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିଲା । ତେଣୁ ପଡ଼ିଆ ଓଦା ଥିବାରୁ ଆଜି ଡେରିରେ ଖେଳ ଆରମ୍ଭ ହେଲା । ଦଳକୁ ଫେରିଥିବା କ୍ୟାପଟେନ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ । ଆଉ ପ୍ରଥମ ଓ୍ଵିକେଟ୍‌ରେ ମୟଙ୍କ ଏବଂ ଶୁଭମାନ୍‌ ଗିଲ୍‌ ଯୋଡ଼ିଥିଲେ ୮୦ ରନ୍‌ । ଗିଲ୍‌ ୪୪ ରନ୍‌ କରି ଆଉଟ୍‌ ହେବା ପରେ ୩୦ତମ ଓଭରରେ ଚେତେଶ୍ୱର ପୂଜାରା ଓ କୋହଲିଙ୍କୁ ଆଉଟ୍‌ କରି ଦେଇଥିଲେ ପଟେଲ ।

ତେବେ ତା ପରେ କିଛି ସମୟ ପାଇଁ ଆୟାର(୧୮ ରନ୍‌) ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ସହ ପାଳି ସମ୍ଭାଳିଥିଲେ । ସେ ବିଦା ହେବା ପରେ ଓ୍ଵିକେଟ୍‌ ଜଗି ନେଇଛନ୍ତି ଓ୍ଵିକେଟ୍‌ରକ୍ଷକ ଋଧିମାନ ଶାହ ଏବଂ ଅଗ୍ରଓ୍ଵାଲ । ଏମାନେ ଅସମାପ୍ତ ପଞପଚମ ଓ୍ଵିକେଟ୍‌ରୁ ୬୧ ରନ୍‌ ସଂଗ୍ରହ କରି ସାରିଛନ୍ତି । ଅଗ୍ରଓ୍ଵାଲ ୨୪୬ ବଲ୍‌ରେ ୧୨୦ ରନ୍‌ (୧୪ ଚୌକା ଓ ୪ ଛକା) ଏବଂ ଶାହ ୫୩ ବଲ୍‌ରେ ୨୫ ରନ୍‌ କରିଛନ୍ତି ।

ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନର ଏଜାଜ ପଟେଲ ୭୩ ରନ୍‌ ଦେଇ ୪ଟି ଓ୍ଵିକେଟ୍‌ ନେଇଛନ୍ତି ।

 

SCORE

 

 

 

 

 

Leave A Reply

Your email address will not be published.