ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ୨୭୬ ରନ କରି ପାଳି ଘୋଷଣା କଲା ଇଣ୍ଡିଆ

ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡ ଆଗରେ ୫୪୦ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ। ୱାଙ୍ଖଡେ ଟେଷ୍ଟରେ ତୃତୀୟ ଦିନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ପାଳିରେ ୭ ୱିକେଟରେ ୨୭୬ ରନ କରି ପାଳି ଘୋଷଣା କରିଛି। ପୂର୍ବରୁ ପ୍ରଥମ ପାଳିରେ ଭାରତୀୟ ଦଳ ୩୨୫ରନ କରି ଥିବା ବେଳେ କ୍ୱିୱି ଟିମ୍‌ ମାତ୍ର ୬୨ ରନରେ ଅଲ୍‌ଆଉଟ ହୋଇଥିଲା। ସେକେଣ୍ଡ ଇନିଂସରେ ଟିମ୍‌ ଇଣ୍ଡିଆର ମୟଙ୍କ ଅଗ୍ରୱାଲ ସର୍ବାଧିକ ୬୨ ରନ କରିଥିଲେ। ପ୍ରଥମ ପାଳିରେ ପରଫେକ୍‌ଟ ୧୦ ହାସଲ କରିଥିବା ନ୍ୟୁଜିଲାଣ୍ଡ ସ୍ପିନର ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଟିମ୍‌ ୧ ଓ୍ଵିକେଟ ହରାଇ ୧୩ ରନ୍‌ କରିଛି। ଅଶ୍ୱିନୀଙ୍କୁ ପ୍ରଥମ ସଫଳତା ମିଳିଛି।

ପ୍ରଥମ ଇନିଂସରେ ୧୦ ଓ୍ଵିକେଟ ହରାଇ ଟିମ୍‌ ଇଣ୍ଡିଆ ୩୨୫ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ସେହିପରି ଗତକାଲି ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ।

ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ୬୯ ରନ୍‌ କରିଥିଲା। ମୟଙ୍କ ଅଗ୍ରଓ୍ଵାଲ ୩୮ ଏବଂ ପୂଜାରା ୨୯ ରନ୍‌ କରି ଅପରାଜିତ ରହିଥିଲେ। ତୃତୀୟ ଦିନରେ ଦୁହେଁ ଖେଳ ଆରମ୍ଭ କରିଥିଲେ କିନ୍ତୁ ୬୨ ରନ୍‌ କରି ମୟଙ୍କ ଅଗଓ୍ଵାଲ ଏଜାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ସେହିପରି ପୂଜାରା ମଧ୍ୟ ୪୭ ରନ୍‌ କରି ଏଜାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ଶୁଭମନ ଗିଲ ମଧ୍ୟ ୪୭ ରନ୍‌, କୋହଲି ୩୬ ରନ କରିଥିବା ବେଳେ ଶ୍ରେୟସ ଆୟର ୧୪ ରନ ଏବଂ ରିଦ୍ଧିମାନ ଶାହ ୧୩ ରନ କରିଥିଲେ। ଜୟନ୍ତ ଯାଦବ ୬ ରନ କରି ଆଉଟ୍‌ ହୋଇଥିବା ବେଳେ ଅକ୍ଷର ପଟେଲ ୪୧ ରନ୍‌ କରି ଅପରାଜିତ ରହିଛନ୍ତି। ତା’ ପରେ ଟିମ୍‌ ଇଣ୍ଡିଆ ଇନିଂସ ଘୋଷଣା କରିଥିଲା। ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ ୩୨୫, ଦ୍ୱିତୀୟ ଇନିଂସ ୨୭୬ରେ ଘୋଷଣା କରିଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୬୨ ରନ୍‌ କରି ଅଲଆଉଟ ହୋଇଥିଲା।

Capture

Leave A Reply

Your email address will not be published.