ବିଶ୍ୱକପରେ ଆଜି ମହା ମୁକାବିଲା, ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟକ୍କର

କେନ୍ୟୁଜ୍: ବିଶ୍ୱକପରେ ଆଜି ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍‌। ନ୍ୟୁଜିଲାଣ୍ଡ-ଭାରତ ଟକ୍କର।  ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପର ୧୮ତମ ମ୍ୟାଚ୍ ହେବ ।

ଏବେ ବିଶ୍ୱକପ୍‌ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ। ତିନିଟି ମ୍ୟାଚ୍‌ ଖେଳି ତିନିଟି ଯାକ ଜିତିଛି। ଏପଟେ ଭାରତ ବି ଦୁଇଟି ମ୍ୟାଚ୍‌ରେ ବାଜିମାତ କରିଛି। ପଏଣ୍ଟ ତାଲିକାର ତିନି ନମ୍ବର ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। କିନ୍ତୁ ଓ୍ଵାର୍ମ ଅପ୍‌ ମ୍ୟାଚରେ ଭାରତକୁ ହରାଇଥିଲା ନ୍ୟୁଜିଲାଣ୍ଡ। ଗତ ବିଶ୍ୱକପ୍‌ର ରନର୍‌ ଅପ୍‌ ନ୍ୟୁଜିଲାଣ୍ଡ ଜବରଦସ୍ତ ପ୍ରଦର୍ଶନ କରୁଛି। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌, ମାର୍ଟିନ୍‌ ଗପଟିଲ୍‌, ରସ୍‌ ଟେଲର୍‌ଙ୍କ ଭଳି ଅନୁଭବନୀ ଖେଳାଳି ଅଛନ୍ତି। ଟ୍ରେଣ୍ଟ ବୋଲ୍ଡ, ମାଟ୍‌ ହେନରୀ, ଫର୍ଗୁସନ୍‌, ଜେମସ୍‌ ନିସାମଙ୍କ ବୋଲିଂ ଭାର ତୁଲାଉଛନ୍ତି।

NEWZLAND AND INDIAଏପଟେ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆକୁ ଶିଖର ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ଯୋଗ ପ୍ଲେଇଂ ସ୍କ୍ଵାଡ୍‌ରୁ ବାଦ ପଡ଼ିଛନ୍ତି ବିସ୍ଫୋରକ ଓପନର ଶିଖର ଧଓ୍ଵନ। କୁହାଯାଉଛି ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍‌ କରିପାରନ୍ତି ଲୋକେଶ ରାହୁଲ। ପୂର୍ବ ମ୍ୟାଚରେ ଚାରି ନମ୍ବରରେ ଖେଳୁଥିଲେ। ଲୋକେଶ ରାହୁଲ ଇନିଂସ ଓପନ କଲେ ଚାରି ନମ୍ବରରେ ଦୀନେଶ କାର୍ତ୍ତିକ କିମ୍ବା ବିଜୟ ଶଙ୍କରଙ୍କୁ ଖେଳାଇ ପାରନ୍ତି ବିରାଟ କୋହଲି।

ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ସାତ ଥର ମୁହାଁମୁହିଁ ହୋଇଛନ୍ତି। କିଓ୍ଵି ଦଳ ଜିତିଛି ୪ଟି। ଭାରତ ୩ଟି ମ୍ୟାଚରେ ବିଜୟୀ ହୋଇଛି। ନ୍ୟୁଜ୍ଲାଣ୍ଡ ଇଂଲଣ୍ଡ ମାଟିରେ ବିଶ୍ୱକପ ମ୍ୟାଚରେ ତିନିଟି ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିଛି। ୨୦୦୩ ବିଶ୍ୱକପରେ ଶେଷ ଥର ଆମନା ସାମନି ହୋଇଥିଲେ ଦୁଇ ଦଳ। ଏବେ ୧୬ ବର୍ଷ ପରେ ପୁଣି ଥରେ ବିଶ୍ୱକପ୍‌ ଇଭେଣ୍ଟରେ ମୁକାବିଲା। ଏଥିପାଇଁ ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ତୟାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.