ଭାରତ- ପାକିସ୍ତାନ ମ୍ୟାଚ୍‌ ସବୁବେଳେ ହାଇ ଟେନ୍‌ସନ୍‌: ଭୁବନେଶ୍ୱର

ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ପେସ୍‌ ବୋଲର ଭୁବନେଶ୍ୱର କୁମାର କହିଛନ୍ତି ଯେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ- ପାକିସ୍ତାନ ଆଗାମୀ ଟି-୨୦ କ୍ରିକେଟ ବିଶ୍ୱକପର ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଅବଶ୍ୟ ଏହି ଦୁଇ ଦେଶ ମଧ୍ୟରେ ଯେ କୌଣସି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଲେ ଉଭୟ ଦଳର ଖେଳାଳିଙ୍କ ଉପରେ ପ୍ରବଳ ମାନସିକ ଚାପ ସୃଷ୍ଟି ହୋଇଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟାରେ ପରିଣତ ହୋଇ ଯାଇଛି । ତେଣୁ ଆଗାମୀ ବିଶ୍ୱକପ ମୁକାବିଲା ନେଇ ବିଶେଷ ଚିନ୍ତା କରିବାର କିଛି ନାହିଁ । କାରଣ ଏଥିପାଇଁ ମାନସିକ ପ୍ରସ୍ତୁତି ବିଶେଷ ଜରୁରି ରହିଛି ।

ଭାରତ- ପାକିସ୍ତାନ ମ୍ୟାଚକୁ ସବୁବେଳେ ହାଇ ଭୋଲଟେ୍‌ଜ ମୁକାବିଲା ଆଖ୍ୟା ଦିଆ ଯାଉଥିବା ଦୃଷ୍ଟିରୁ ଏହା ନିଶ୍ଚିତ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଅନୁମାନ । ତେବେ ବର୍ତ୍ତମାନ ବିଶ୍ୱକପ ମ୍ୟାଚକୁ ନେଇ ଚିନ୍ତା କରିବା ସମୟ ଆସିନି । କାରଣ ଆଗକୁ ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ଖେଳିବା ପାଇଁ ବାକି ଅଛି । ବର୍ତ୍ତମାନ ଶ୍ରୀଲଙ୍କା ବିକ୍ଷ ସିରିଜ ଓ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ମୁକାବିଲା ଉପରେ ନଜର ଦେବାକୁ ପଡିବ । ସେହିପରି ଏହି ଦୁଇ ସିରିଜ ପରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବା ପାଇଁ ପଡିବ । ତେଣୁ ଏହି ସବୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଟି-୨୦ ବିଶ୍ୱକପ ନେଇ ପ୍ରସ୍ତୁତି ଆରମ୍ଭ ହେବ ।

ସେହିପରି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଯେ ପାକିସ୍ତାନ ବିକ୍ଷ ବିଶ୍ୱକପ ମ୍ୟାଚରେ କୋହଲି ଓ ରୋହିତ ଶର୍ମାଙ୍କ ପରି ବରିଷ୍ଠ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡିବ ।

Leave A Reply

Your email address will not be published.