ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ଅନ୍ଯ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଲେ ଖେଳାଯିବ ମ୍ଯାଚ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । କ୍ରୁନାଲ୍‌ ପାଣ୍ଡ୍ୟା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା। କିଛି ଖେଳାଳିଙ୍କୁ କ୍ରୁନାଲ୍‌ ପାଣ୍ଡ୍ୟାଙ୍କ ସହ ଆଇସୋଲେଟ୍‌ କରିଦିଆଯାଇଥିଲା। କୁନାଲ ୭ ଦିନ ଆଇସୋଲେସନରେ ରହିବା ଯୋଗୁଁ ପୁରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ଏହାଛଡ଼ା ଯେଉଁ ଖେଳାଳିମାନେ କୃନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ମନିଟର୍‌ କରାଯିବ । ଏବେ ଅନ୍ୟ ଖେଳାଳିଙ୍କର କୋଭିଡ୍‌ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ୍‌ ଆସିଲେ ଆଜି ମ୍ୟାଚ୍‌ ଖେଳାଯିବ । ଯଦି ଖେଳ ହୁଏ ତେବେ ରାତି ୮ଟାରେ ମ୍ଯାଚ ହେବ।

ଶ୍ରୀଲଙ୍କା ଗସ୍ତରେ ଭାରତର ଦମଦାର ପ୍ରଦର୍ଶନ ରହିଛି । ତିନିମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍‌ ଓ ଭିଡିଓ ଆନାଲିଷ୍ଟ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ଦିନିକିଆ ସିରିଜକୁ ସ୍ଥଗିତ ରଖାଯାଇଥିଲା । ଏବେ ଭାରତୀୟ ଖେଳାଳି ପଜିଟିଭ୍‌ ହେବା ପରେ ଟି-୨୦ ସିରିଜ୍‌ ଉପରେ ସଙ୍କଟ ଦେଖା ଦେଇଛି ।

ନିକଟରେ ଇଂଲଣ୍ଡରେ ଭାରତୀୟ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଥିଲା। ଯୁବ ୱିକେଟକିପର ଋଷଭ ପନ୍ତ ପଜିଟିଭ୍‌ ବାହାରିବା ପରେ ସେ ଲଣ୍ଡନରେ ରହିଥିଲେ ଏବଂ ବାକି ଭାରତୀୟ ଟିମ୍‌ ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳିବା ପାଇଁ ଡରହାମ୍‌ ଚାଲିଯାଇଥିଲେ । ସେହିପରି ତୃତୀୟ ତତା ଶେଷ ଟି-୨୦ ମ୍ୟାଚ୍‌ ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲି ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.