ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ, ଶିଖର ଧାଓ୍ଵନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଆଜି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତୀୟ ଟିମର ମଙ୍ଗ ଧରିଛନ୍ତି ଶିଖର ଧାଓ୍ଵନ । ରବୀନ୍ଦ୍ର ଜାଡେଜା ଉପଅଧିନାୟକ । ଧାଓ୍ଵନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ଵିକେଟ କିପର ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି ।

ଟିମରେ ଅଛନ୍ତି ସଞ୍ଜୁ ସାମସନ, ଶୁବମନ ଗିଲ ଓ ଋତୁରାଜ ଗାଏକଓ୍ଵାଡ ଟିମରେ ଯୋଗ ଦେଇଛନ୍ତି । ଏମାନେ ଇଂଲଣ୍ଡ ସିରିଜରେ ଟିମରେ ନଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଷାନ, ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେସ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ । ସେହିଭଳି େଓ୍ଵଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେଉଛନ୍ତି ନିକୋଲସ ପୂରନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.