ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲି ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହେବ। ହାଇଦ୍ରାବାଦରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ଗତ ଦୁଇଦିନ ଧରି ୱେଷ୍ଟଇଣ୍ଡିଜ ଦଳ ଉପଲ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି। ଭାରତ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ମୁକାବିଲା ପାଇଁ ସମସ୍ତ ତ୍ରୁଟି ସୁଧାରିବାରେ ଲାଗିଛି। ଦଳର ଅଧିକାଂଶ ଖେଳାଳି ଆଇପିଏଲ ଖେଳିଥିବାରୁ ଭାରତୀୟ ଜଳବାୟୁ ସହ ଅଭ୍ୟସ୍ତ ଅଛନ୍ତି। ସେପଟେ ଭାରତ ଏହି ସିରିଜରେ ପୂର୍ଣ୍ଣ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ଇଣ୍ଡିଜ ଗସ୍ତ ପୂର୍ବରୁ ଭାରତୀୟ ଦଳ ଘରୋଇ ପରିବେଶରେ ବାଂଲାଦେଶକୁ ହରାଇ ଟି-୨୦ ସିରିଜ ଜିତିଥିଲା। ଭାରତ ଓ ଇଣ୍ଡିଜ ମଧ୍ୟରେ ତିନିଟି ଟି-୨୦ ଓ ତିନିଟି ଦିନିକିଆ ସିରିଜ ଖେଳାଯିବ। ଦିନିକିଆ ସିରିଜ ୧୫ତାରିଖରୁ ଆରମ୍ଭ ହୋଇ ୨୨ତାରିଖରେ କଟକରେ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.