ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ T20 ସିରିଜ୍‌: ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଟି-୨୦ ସିରିଜ୍‌ । ଦିନିକିଆ ସିରିଜକୁ ମୂଳପୋଛ କରି ଜିତିବା ପରେ ଭାରତୀୟ ଦଳର ଲକ୍ଷ୍ୟ ଏବେ ଟେ୍ଵଣ୍ଟି-୨୦ ସିରିଜ ଉପରେ । ସିରିଜରେ ୫ ଟି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱକପ ପୂର୍ବରୁ ଏହି ସିରିଜ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ସହ ଋଷଭ ପନ୍ତ ଓପନ କରିପାରନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଇଶାନ କିଶାନ, ଶ୍ରେୟସ ଆୟର, ଦୀପକ ହୁଡା । ସ୍କ୍ଵାଡରେ ଅଛନ୍ତି ଆର ଅଶ୍ୱିନୀ । ରବୀନ୍ଦ୍ର ଜାଡେଜାଙ୍କ ଫିଟନେସ ମଧ୍ୟ ତାଙ୍କ ଖେଳିବା ନ ଖେଳିବା ଉପରେ ନିର୍ଭର କରୁଛି ।

କୁଲଦୀପ ଯାଦବ, ରବି ବିଷ୍ଣୋଇ ମଧ୍ୟ ଦଳରେ ଅଛନ୍ତି । ଅକ୍ଷର ପଟେଲ ମଧ୍ୟ ଭଲ ଫର୍ମରେ ନଜର ଆସୁଛନ୍ତି । ଅନ୍ୟପଟେ ଓ୍ଵାନଡେ’ର ବଦଲା ଟି-୨୦ରେ ନେବା ଲକ୍ଷ୍ୟରେ ରହିଛି େଓ୍ଵଷ୍ଟଇଣ୍ଡିଜ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.