ଟି୨୦ ବିଶ୍ୱକପ୍‌ : ପୁଣି ଟସ୍‌ ହାରିଲା ଭାରତ, ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ

ଦୁବାଇ : ପୁଣି ଟସ୍‌ ଭାରତ ବିପକ୍ଷରେ ଯାଇଛି । ଚଳିତ ଟି୨୦ ବିଶ୍ୱ କପ୍‌ରେ ଆଜି ତାର ତୃତୀୟ ମ୍ୟାଚ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆ ତୃତୀୟଥର ପାଇଁ ଟସ୍‌ ହାରିଛି । ଆଉ ଏହାକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡୁଛି । ବିପକ୍ଷ ଦଳ ଆଫଗାନିସ୍ତାନ ଟସ୍‌ ଜିତି ପିଚ୍‌ ଓ ପରିବେଶକୁ ଦେଖି ପ୍ରଥମେ ବୋଲିଂ ନେଇଛି ।

ଭାରତ ତାର ପ୍ରଥମ ଦୁଇଟି ମ୍ୟାଚ୍‌ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ସ୍ଥିତିରେ ରହିଛି । ଆଜିର ମ୍ୟାଚ୍‌ ଜିତିଲେ ଅନ୍ତତଃ ସମ୍ମାନ ରଖି ଅନ୍ୟ ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା କରିବ ।

ଭାରତୀୟ ଦଳରେ ଆଜି ସୂର୍ଯ୍ୟ କୁମାର ଯାଦବ ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ ସାମିଲ ହୋଇଛନ୍ତି । ଜିତିବାର ଆଶା ରଖି ପୂରା ଦମ୍‌ରେ ଖେଳିବ ଟିମ୍‌ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଏଠାରେ ପରିସ୍ଥିତି ବହୁତ କଷ୍ଟକର । ତଥାପି ଆମେ ପୂର୍ବ କଥାକୁ ଭୁଲି ପିଜିଟିଭ୍‌ ମାଇଣ୍ଡ ନେଇ ଖେଳିବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.