ମଞ୍ଚେଷ୍ଟରରେ ଭାରତର ସିରିଜ୍‌ ବିଜୟ, ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ମଞ୍ଚେଷ୍ଟରରେ ଭାରତର ସିରିଜ୍‌ ବିଜୟ । ତୃତୀୟ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟ୍‌ରେ ହରାଇଲା ଭାରତ । ତିନି ଟିକିଆ ସିରିଜ୍‌କୁ ୨-୧ରେ ଜିତିଲା ଭାରତ । ଋଷଭ ପନ୍ତଙ୍କ ଦମ୍‌ଦାର ଶତକ ଟିମ୍‌କୁ ବିଜୟ ଦେଇଛି । ୧୧୩ ବଲ୍‌ରେ ୧୨୫ ରନ୍‌ର ଲମ୍ବା ପାଳି ଖେଳିଥିଲେ ପନ୍ତ ।

ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ୭୨ ରନ୍‌ରେ ୪ଟି ୱିକେଟ୍‌ ହରାଇଥିବା ଟିମ୍‌ ଇଣ୍ଡିଆକୁ ବଳ ଦେଇଥିଲା ପନ୍ତ-ପାଣ୍ଡ୍ୟା ଯୋଡି । ଦୁହେଁ ଶହେ ରନ୍‌ର ପାର୍ଟନରସିପ୍‌ କରିଥିଲେ । ପାଣ୍ଡ୍ୟା ୭୧ ରନ୍‌ କରିଥିଲେ ।

ପ୍ରଥମେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତର ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା ଇଂଲଣ୍ଡ ଟିମ୍‌ । ୪୫.୫ ଓଭରରେ ସମସ୍ତ ୱିକେଟ ହରାଇ ଇଂଲଣ୍ଡ ମାତ୍ର ୨୫୯ ରନ୍‌ କରିପାରିଥିଲା । ଇଂଲଣ୍ଡ ପ୍ରାରମ୍ଭରୁ ଲଗାତାର ଦୁଇଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ ୱିକେଟ୍‌ ନେଇଥିବା ବେଳେ ଚହଲ ୩ଟି, ମହମ୍ମଦ ସିରାଜ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.