ଚହରଙ୍କ କମାଲ, ବାଂଲାଦେଶକୁ ହରାଇ ଟି-୨୦ ସିରିଜ୍‌ ଜିତିଲା ଭାରତ

ନାଗପୁର : ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ୩୦ ରନ୍‌ରେ ବାଂଲାଦେଶକୁ ହରାଇ ୨-୧ରେ ସିରିଜ୍‌ ବିଜୟୀ ହୋଇଛି । ବାଂଲାଦେଶ ପୂରା ଦମ୍‌ରେ ଲଢ଼େଇ କରିଥିଲେ ମଧ୍ୟ ୧୯.୨ ଓଭରରେ ୧୪୪ ରନ୍‌ ହିଁ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଚହର ଅଆଶ୍ୟର୍ଶ୍ୟଯ୍ୟର୍ଯ୍ୟଜନକ .ବେୋଲିଂ କରି ମାତ୍ର ୩.୨ ଓଭରରେ  ୭ ରନ ଦେଇ ୬ଟି ଓ୍ୱିକେଟ ନେଇଛନ୍ତି ଯାହା ଫଳରେ ପୂରା ବାଜି ପଲଟିଗଲା। ମହମ୍ମଦ ନଇମଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ବାଂଲାଦେଶ ଜିତି ପାରିନଥିଲା ।

ନଇମ ଓ ମହମ୍ମଦ ମିଥୁନ୍‌ଙ୍କ ଯୋଡ଼ି ଏଭଳି ଖେଳିଥିଲେ ଯେ ଏକ ସମୟରେ ଲାଗୁଥିଲା ଭାରତ ହାତରୁ ମ୍ୟାଚ୍‌ ଖସିଯିବ । ହେଲେ ପରବର୍ତ୍ତୀ ସମୟରେ ସ୍ଥିତି ବଦଳି ଯାଇଥିଲା ଏବଂ ମ୍ୟାଚ୍‌ ଭାରତ ପକ୍ଷକୁ ଚାଲି ଆସିଥିଲା । ମିଥୁନ୍‌ ୨୭ ରନ୍‌ରେ ଆଉଟ୍‌ ହେବା ପରେ ବାଂଲାଦେଶ ଉପରରେ ଚାପ ପଡ଼ିଥିଲା । ନଇମ ୪୮ ବଲରେ ସର୍ବାଧିକ ୮୧ ରନ କରିଥିଲେ। ଭାରତ ପକ୍ଷରୁ ଚହର ହାଟ୍ରିକ ଅର୍ଜନ କରିବା ସହ
୬ ଟି  ଓ୍ୱିକେଟ ନେଇଥିଲେ। ଏବଂ ଶିବମ୍ ଦୁବେଙ୍କୁ  ମିଳିଥିଲା ୩ଟି ଓ୍ୱିକେଟ।  ପୂର୍ବରୁ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ କରିଥିଲା । କେ.ଏଲ୍‌ ରାହୁଲ ୩୫ ବଲ୍‌ରେ ୫୨ ରନ୍‌ (୭ ଚୌକା) ଏବଂ ଶ୍ରେୟସ ଆୟର ୩୩ ବଲ୍‌ରେ ୬୨ ରନ୍‌ (୩ ଚୌକା, ୫ ଛକା) କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.