ଭାରତ ମହିଳା ଦଳ ଆଇସିସି ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ

ସିଡନୀ : ବର୍ଷା ଯୋଗୁଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ଖେଳା ଯାଇ ପାରିଲା ନାହିଁ । ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଯୋଗୁଁ ଭାରତୀୟ ଦଳ ଇଂଲଣ୍ଡକୁ ପଛରେ ପକାଇ ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ଅନ୍ୟ ସେମିଫାଇନାଲ୍‌ ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି । ଏହି ମ୍ୟାଚ୍‌ର ବିଜେତା ଦଳକୁ ଭାରତ ଫାଇନାଲ୍‌ରେ ଭେଟିବ । ତେବେ ଦ୍ୱିତୀୟ ମ୍ୟାଚ୍‌ଟି ମଧ୍ୟ ଏହି ସ୍ଥାନରେ ହେଉଥିବାରୁ ବର୍ଷା ଯୋଗୁଁ ଏହି ସେମିଫାଇନାଲ୍‌ଟି ମଧ୍ୟ ଧୋଇ ଯାଇ ପାରେ ।

SYDNEY
ପ୍ରଥମଥର ଭାରତ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ବାତିଲ ଘୋଷଣା ହେବା ପରେ ଇଂଲଣ୍ଡ ଶିବିରରେ ନୈରାଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନେ ସେଲିବ୍ରେଟ୍‌ କରିଥିଲେ । ତେବେ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି ଯେ ବିନା ଖେଳି ଆମେ ଫାଇନାଲ୍‌କୁ ଯିବାଟା ଟିକେ ଭିନ୍ନ ପ୍ରକାର ଅନୁଭୂତି ଆଣିଛି । ହେଲେ କଣ କରାଯିବ ଯାହା ନିୟମ ରହିଛି ତାକୁ ତ ମାନିବାକୁ ପଡ଼ିବ । ଭବିଷ୍ୟତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପାଇଁ ଅତିରିକ୍ତ ଦିବସ ରଖାଯିବା ଉଚିତ ବୋଲଇ ସେ କହିଛନ୍ତି । ଦଳ ପ୍ରଥମଥର ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ସବୁ ଖେଳାଳି ଖୁସି ଅଛନ୍ତି । ତେବେ ଏହାକୁ ନେଇ ଦାୟିତ୍ୱ ମଧ୍ୟ ବଢ଼ି ଯାଇଛି ବୋଲି ହରମନପ୍ରୀତ କହିଛନ୍ତି । ଅବଶ୍ୟ ସବୁ ଖେଳାଳି ଭଲ ଫର୍ମରେ ଥିବାରୁ ସେମାନେ ଫାଇନାଲ୍‌ରେ ପୂର୍ଣ୍ଣ ସାମର୍ଥ୍ୟରେ ଖେଳ ଦେଖାଇବେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.