ଭାରତର ରୋମାଞ୍ଚକର ବିଜୟ, ୨-୦ରେ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ଭାରତର ରୋମାଞ୍ଚକର ବିଜୟ । ଦୀପକ ଚହରଙ୍କ ଅଲରାଉଣ୍ଡର ଇଂନିସ ବଳରେ ସିରିଜ କବଜା କଲା ଟିମ ଇଣ୍ଡିଆ । ୩ ଓ୍ଵିକେଟରେ ଶ୍ରୀଲଙ୍କାକୁ ହରାଇଲା । ୨୭୬ ରନ ପିଛା କରୁଥିବା ଭାରତୀୟ ଦଳ ୭ ଓ୍ଵିକେଟ ହରାଇ ୨୭୭ ରନ କଲା । ଅଧିନାୟକ ଶିଖର ଧଓ୍ଵନ ୨୯ ରନ କରିଥିବା ବେଳେ ମନିଷ ପାଣ୍ଡେ ୩୭ ଏବଂ କ୍ରୁନାଲ ପାଣ୍ଡ୍ୟା ମାତ୍ର ୩୫ ରନ କରିଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୬ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୬ ରନର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ଏହାର ଜବାବରେ ଭାରତ ୪୯.୧ ଓଭରରେ ୭ ଓ୍ଵିକେଟ ହରାଇ ବିଜୟ ହାସଲ କରିଛି ।ଏହି ବିଜୟ ସହ ଭାରତ ୨-୦ରେ ସିରିଜ୍‌ କବ୍‌ଜା କରିଛି। ଦୀପକ ଚହରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଚୟନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.