ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍ଯାପିତ, ଭାରତ ହାତେଇଲା ୨୨ ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ
ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍ଯାପିତ ହୋଇଯାଇଛି। ଭାରତ ଚଳିତ ବର୍ଷ ମୋଟ ୬୧ଟି ମେଡାଲ ଜିତିଛି । ଏହା ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ଜିତିଛି ଭାରତ। ମେଡାଲ ତାଲିକାରେ ଭାରତ ୪ ନଂ ସ୍ଥାନରେ ରହିଛି। କୁସ୍ତିରେ ସର୍ବାଧିକ ୧୨ଟି ମେଡାଲ ଜିତିଥିବା ବେଳେ ସେଥିରେ ୬ଟି ସ୍ୱର୍ଣ୍ଣ ରହିଛି । ସେହପରି ଗୋଟିଏ ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସେଥିରେ ସାମିଲ ରହିଛି । ଏହାପରେ ୱେଟଲିଫ୍ଟିଂରେ ଭାରତୀୟ ଦଳ ୧୦ଟି ମେଡାଲ ହାସଲ କରିଛି।
ଚଳିତ ଥର ଭାରତ ଅଦ୍ଭୂତପୂର୍ବ ପ୍ରଦର୍ଶନ କରି ପଦକ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଶେଷ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ସହ ମୋଟ ୬ଟି ମେଡାଲ ହାସଲ କରିଥିଲା । ଏହି ଚାରଟି ସ୍ୱର୍ଣ୍ଣ ମଧ୍ୟରୁ ୩ଟି ବ୍ୟାଡମିଣ୍ଟରୁ ଜିତିଥିଲା ।
ମୀରାବାଇ ଚାନୁ- ସ୍ୱର୍ଣ୍ଣ: ୱେଟଲିଫ୍ଟିଂ ୪୯ କେଜି
ଜେରେମୀ ଲାଲରିନୁଙ୍ଗା-ସ୍ୱର୍ଣ୍ଣ: ୱେଟଲିଫ୍ଟି ୬୭ କେଜି
ଅଚିନ୍ତା ଶେଉଲି- ସ୍ୱର୍ଣ୍ଣ: ୱେଟଲିଫ୍ଟି ୭୩ କେଜି
ଲନ୍ ବଲ୍ସ ମହିଳା- ସ୍ୱର୍ଣ୍ଣ
ଟେବୁଲ ଟେନିସ ପୁରୁଷ- ସ୍ୱର୍ଣ୍ଣ
ପାରା ପାୱାରଲିଫ୍ଟିଂ ସୁଧୀର- ସ୍ୱର୍ଣ୍ଣ
ବଜରଙ୍ଗ ପୁନିଆ- ସ୍ୱର୍ଣ୍ଣ: କୁସ୍ତି ୬୫ କେଜି
ସାକ୍ଷୀ ମଲିକ- ସ୍ୱର୍ଣ୍ଣ: କୁସ୍ତି ୬୨ କେଜି
ଦୀପକ ପୁନିଆ- ସ୍ୱର୍ଣ୍ଣ: କୁସ୍ତି ୮୬ କେଜି
ରବି କୁମାର ଦହିଆ ସ୍ୱର୍ଣ୍ଣ: କୁସ୍ତି ୫୭ କେଜି
ବିନେଶ ଫୋଗଟ- ସ୍ୱର୍ଣ୍ଣ: ୫୩ କେଜି
ନବୀନ କୁମାର- ସ୍ୱର୍ଣ୍ଣ: କୁସ୍ତି ୭୪ କେଜି
A rich haul of 6️⃣1️⃣ medals🏅 at the #CommonwealthGames2022 🤩
Great display of resilience, passion and energy showcased by our athletes 👍
Well Done Guys!!#Cheer4India 🇮🇳#India4CWG2022 pic.twitter.com/ZPBvGk52iY
— SAI Media (@Media_SAI) August 8, 2022
ଭାବିନା ପଟେଲ- ସ୍ୱର୍ଣ୍ଣ: ପାରା ଟେବୁଲ ଟେନିସ
ନୀତୁ ଘନ୍ଘସ- ସ୍ୱର୍ଣ୍ଣ: ବକ୍ସିଂ
ଅମିତ ପଙ୍ଘଲ- ସ୍ୱର୍ଣ୍ଣ: ବକ୍ସିଂ
ଏଲ୍ଡହାସ ପଲ- ସ୍ୱର୍ଣ୍ଣ: ତ୍ରିପଲ ଜମ୍ପ
ନିକହତ ଜରିନ- ସ୍ୱର୍ଣ୍ଣ: ବକ୍ସିଂ
ଅଚନ୍ତ ଓ ଶ୍ରୀଜା ଅକୁଲା- ସ୍ୱର୍ଣ୍ଣ: ଟେବୁଲ ଟେନିସ
ପିଭି ସିନ୍ଧୁ- ସ୍ୱର୍ଣ୍ଣ: ବ୍ୟାଡମିଣ୍ଟନ
ଲକ୍ଷ୍ୟ ସେନ- ସ୍ୱର୍ଣ୍ଣ-:ବ୍ୟାଡମିଣ୍ଟନ
ସାତ୍ୱିକ ଓ ଚିରାଗ- ସ୍ୱର୍ଣ୍ଣ: ବ୍ୟାଡମିଣ୍ଟନ
ଅଚନ୍ତ ଶରତ କମଲ- ସ୍ୱର୍ଣ୍ଣ: ଟେବୁଲ ଟେନିସ
🇮🇳 Ke #PunchMeinHaiDum 🥊
Indian Boxing contingent is back home after a splendid display of grit, power, tenacity & determination at #CommonwealthGames2022 🤩🤩
Join us in welcoming them with your wishes & continue to #Cheer4India
Welcome back Champs! @PMOIndia @BFI_official pic.twitter.com/HyqyJfZ5Ji
— SAI Media (@Media_SAI) August 9, 2022