ଟି-୨୦ ସିରିଜ ପାଇଁ ଏଜେସ ବାଓ୍ଵଲ ପହଞ୍ଚିଲା ଟିମ୍‌ ଇଣ୍ଡିଆ, ଟେଷ୍ଟ ମ୍ୟାଚର ପ୍ରତିଶୋଧ ଟି-୨୦ରେ ନେବ ଟିମ୍‌

ଟିମ୍‌ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି। ଟେଷ୍ଟ ମ୍ୟାଚ ହାରିବା ପରେ ଏବେ ଇଂଲଣ୍ଡ ସହିତ ୭ ଜୁଲାଇରୁ ଟି-୨୦ ମ୍ୟାଚ ଖେଳିବ। ସିରିଜର ପ୍ରଥମ ମୁକାବିଲା ଦ ରୋଜ ବାଓ୍ଵଲ, ସାଇଥମ୍ପଟନରେ ରାତି ୧୦.୩୦ରୁ ହେବ। ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ଏବେ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍‌ ଇଣ୍ଡିଆରେ ପ୍ରାକ୍ଟିସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡିଓରେ ଭାରତୀୟ ଖେଳାଳି ନେଟ୍‌ରେ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।

ପ୍ରଥମ ଟି-୨୦ ମ୍ୟାଚରେ କେତେକ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଖେଳାଳି ଦ୍ୱିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆରେ ରହିବେ। ବିରାଟ କୋହଲି, ଜସପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ଶ୍ରେୟସ ଆୟର, ରିଷଭ ପନ୍ତ ପ୍ରଥମ ଟି-୨୦ ମ୍ୟାଚରେ ଖେଳିବେ ନାହିଁ। ଏମାନେ ଦ୍ୱିତୀୟ ମ୍ୟାଚରେ ଖେଳିବେ। ସେହିପରି ରୁତରାଜ ଗାଏକ୍ୱାଡ, ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଭେଙ୍କଟେଶ ଆୟର ଏବଂ ଅଶର୍ଦୀପଙ୍କୁ ପ୍ରଥମ ଟି-୨୦ ପାଇଁ ସ୍ଥାନ ମିଳିଛି। ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତଙ୍କୁ କରୋନା ହୋଇଥିବାରୁ ମ୍ୟାଚ୍‌ରୁ ବାଦ ପଡିଥିଲେ। ଏବେ କିନ୍ତୁ ଅଧିନାୟକ ଭାବେ ଫେରୁଛନ୍ତି ରୋହିତ।

ପ୍ରଥମ ଟି୨୦ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଷନ୍, ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍ସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷୋଇ, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ, ଆଭେସ୍ ଖାଁ, ଅର୍ଶଦୀପ ସିଂହ ଓ ଉମ୍ରାନ୍ ମାଲିକ୍।

ପ୍ରଥମ ଟି-୨୦ କାର୍ଯ୍ୟସୂଚୀ :

ଜୁଲାଇ ୭, ୨୦୨୨
ସମୟ: ୧୦.୩୦ ରାତି (ଭାରତୀୟ ସମୟାନୁସାରେ)
ସ୍ଥାନ : ରୋଜ ବାଓ୍ଵଲ କ୍ରିକେଟ ଗ୍ରାଉଣ୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.