ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ, ୬୭ କିଲୋ ବର୍ଗରେ ଜେରେମି ଲାଲରିନୁଙ୍ଗାଙ୍କୁ ଗୋଲ୍ଡ ମେଡାଲ

ବର୍ମିଂହାମ୍‌ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୬୭ କେଜି ଭାରୋତ୍ତୋଳନରେ ୩୦୦ କେଜି ଉଠାଇ ଜେରେମି ଲାଲରିନୁଙ୍ଗା ପଦକ ଜିତିଛନ୍ତି। ମିଜୋରାମ୍‌ର ୧୯ ବର୍ଷର ଜେରେମି ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଆଉ ଏକ ସୁନାମ। ଏହି ବିଜୟ ପରେ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ସୂଚନା ଥାଉକି ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ ଜିତିଛନ୍ତି ।


ପ୍ରକାଶ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ଚାରିଟି ପଦକ ଜିତିଛି ଏବଂ ସମସ୍ତ ପଦକ ଭାରୋତ୍ତୋଳନରୁ ଆସିଛି। ଜୁଲାଇ ୩୦ (ଶନିବାର) ପୁରୁଷ ୫୫ କିଲୋଗ୍ରାମ ଓଜନ ବର୍ଗରେ ସଙ୍କେତ ସରଗର ରୌପ୍ୟ ପଦକ ଜିତିଥିଲେ। ଏହା ପରେ ଗୁରୁରାଜ ପୂଜାରୀ ୬୧ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରୋତ୍ତୋଳନରେ ଏହା ହେଉଛି ଭାରତର ୧୨୮ ତମ ପଦକ।

Also Read: ଅସରାଏ ବର୍ଷାରେ ସ୍ୱିମିଂ ପୁଲରେ ପରିଣତ ହେଲା ସ୍କୁଲ, ପଢ଼ିବେ କ’ଣ ପାଣିରେ ପହଁରିଲେ ପିଲେ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.