ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ମହିଳା ଦଳର ଓପନର ସ୍ମୃତି ମନ୍ଧାନାଙ୍କ ନାମ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ ବର୍ଷ ପାଇଁ ସ୍ମୃତିଙ୍କୁ ଶ୍ରେଷ୍ଠ କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ରେ ମନ୍ଧାନା ୨୨ଟି ମ୍ୟାଚ ଖେଳି ୮୫୫ ରନ ସଂଗ୍ରହ କରିଛନ୍ତି । ଏହି ସମୟରେ ମନ୍ଧାନାଙ୍କ ଆଭରେଜ ୩୮.୮୬ ରହିଥିଲା । ମନ୍ଧାନା ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସ୍ମୃତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍‌। ୨୦୨୧ରେ ନିଜର ପିଙ୍କ ବଲ ଟେଷ୍ଟ ପଦାର୍ପଣ କରିଥିଲେ ମନ୍ଧାନା । ପିଙ୍କ ବଲ୍ ପଦାର୍ପଣରେ ଚତ୍ମକାର ଶତକ ହାସଲ କରିଥିଲେ ମନ୍ଧାନା । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଏହି ମୁକାବିଲାରେ ମନ୍ଧାନାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା । ଏହା ସହିତ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ମଧ୍ୟ ମନ୍ଧାନା ଦମଦାର ପ୍ରଦର୍ଶନ କରିଥିଲେ ।

ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ହୋଇଥିବା ୮ଟି ମ୍ୟାଚ ଖେଳିଥିଲେ ସ୍ମୃତି। ଯେଉଁଥିରେ ୨ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଭାରତ। ଏହି ସିରିଜରେ ମନ୍ଧାନାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଦ୍ୱିତୀୟ ଦିନିକିଆରେ ଭାରତ ୧୫୮ ରନ୍‌କୁ ପିଛା କରିଥିଲା, ଯେଉଁଥିରେ ମନ୍ଧାନା ୮୦ ରନ୍‌ କରିଥିଲେ। ମନ୍ଧାନା ଭାରତ ପାଇଁ ୪ଟି ଟେଷ୍ଟ, ୬୨ ଦିନିକିଆ ଏବଂ ୮୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.