ପେନାଲିଟ୍‌ ସୁଟ୍‌ ଆଉଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ମହିଳା ହକି ଟିମ୍‌, ଜିତିଲା ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମାଲ କଲା ଭାରତୀୟ ମହିଳା ହକି ଟିମ୍‌ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ଜ ମେଡାଲ୍‌ ଜିତିଛି । ସୁଟ୍‌ ଆଉଟରେ କିଓ୍ଵି ଦଳକୁ ୨-୧ରେ ହରାଇଛି ଭାରତୀୟ ମହିଳା ଟିମ୍‌ । ଫୁଲ୍‌ ଟାଇମ୍‌ ମ୍ୟାଚ୍‌ ୧-୧ରେ ବରାବର ରହିବା ପରେ ସୁଟ୍‌ ଆଉଟ୍‌ ହୋଇଥିଲା । ଯେଉଁଥିରେ ଭାରତ ୨ଟି ଗୋଲ୍‌ ଦେଇ ବ୍ରୋଞ୍ଜ ମେଡାଲ୍‌ ନିଜ ନାଁରେ କରିଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ହାସଲ । ଏହାସହିତ ଭାରତର ପଦକ ସଂଖ୍ୟା ୪୩କୁ ବୃଦ୍ଧି ହୋଇଛି। ଭାରତକୁ ୧୫ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ, ୧୭ଟି ବ୍ରୋଞ୍ଜ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.