ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର କମାଲ: ଜୁଡୋରେ ଦୁଇଟି ପଦକ ସହ ୯ରେ ପହଞ୍ଚିଲା ସଂଖ୍ୟା

କେନ୍ୟୁଜ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତଳକ ଚମକିବା ପରେ ଏବେ ଜୁଡୋ କମାଲ। ଗତକାଲି ୪୮ କିଲୋଗ୍ରାମ ମହିଳା ବର୍ଗ ମୁକାବିଲାରେ ସୁଶିଲା ଦେବୀ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୬୦ କିଲୋଗ୍ରାମ ପରୁଷ ବର୍ଗରେ ବିଜୟ ଯାଦବ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରୋତ୍ତଳନରେ ଭାରତର ହରଜିନ୍ଦର କୌର କାଂସ୍ୟ ପଦକ ଜିତିଛନ୍ତି । ମହିଳା ୭୧ କେଜି ବର୍ଗରେ ହରଜିନ୍ଦର ୨୧୨ କେଜି ଉଠାଇ ତୃତୀୟ ସ୍ଥାନରେ ରହିଥିଲେ । ଏହି ତିନିଟି ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ପୂର୍ବରୁ ଭାରତ୍ତୋଳନରେ ଭାରତ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା ।
Leave A Reply

Your email address will not be published.