ଆଜି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ଯାଚ, ପୁଣି ସିରିଜ ହାତେଇବାକୁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

ଟେଷ୍ଟ ଏବଂ ଟି-୨୦ ସିରିଜ ଟିମ୍ ଇଣ୍ଡିଆ ଜିତିବା ପରେ ଦିନିକିଆ ସିରିଜ ଉପରେ ନଜର ରହିଛି। ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଟେଷ୍ଟ ସିରିଜକୁ ଇଣ୍ଡିଆ ୩-୧ରେ ଜିତିବା ସହିତ ଟି-୨୦ ସିରିଜକୁ ୩-୨ରେ ଜିତିଥିଲା। ଦିନିକିଆରେ ବିଶ୍ବ ଚମ୍ପିଆନ୍ ଇଂଲଣ୍ଡ ବିଶ୍ବର ୧ନଂ ଦଳ ହୋଇଥିବା ବେଳେ ଭାରତ ୨ନଂ ଦଳ।

ଭାରତର ଦିନିକିଆ ମ୍ଯାଚର ଓପନିଂ ରୋହିତ ଶର୍ମା କରିବେ। ରୋହିତଙ୍କ ସହିତ ଧୱନ ଇନିଂସ ଆରମ୍ଭ କରିବେ ବୋଲି କୋହଲି ଘୋଷଣା କରିସାରିଛନ୍ତି। ଟି୨୦ ସିରିଜରେ କୋହଲି ୩ଟି ଅପରାଜିତ ଅର୍ଦ୍ଧଶତକ ସହ ସର୍ବାଧିକ ୨୩୧ ରନ୍ କରିଛନ୍ତି। ଦିନିକିଆରେ ମଧ୍ୟ କୋହଲି ଏହି ଫର୍ମ ଜାରି ରଖିବାକୁ ଚାହିଁବେ।

ଆରମ୍ଭରୁ ନ ହେଲେ ବି ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ। ଶ୍ରେୟସ ଆୟର, ଋଷଭ ପନ୍ତ, କେ.ଏଲ୍ . ରାହୁଲ ସୁଯୋଗ ପାଇପାରନ୍ତି। ଅନ୍ୟଥା ଦୁଇ ସ୍ପିନ୍ ବୋଲିଂ ଅଲ୍ ରାଉଣ୍ଡର ୱାଶିଂଟନ ସୁନ୍ଦର ଓ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ଖେଳିବେ। ଟି୨୦ ସିରିଜ୍ ଖେଳିଥିବା ୩ ପେସ୍ ବୋଲର ଭୁବନେଶ୍ବର କୁମାର, ଟି. ନଟରାଜନ୍ ଓ ସାର୍ଦ୍ଦୁଳ ଠାକୁର ଖେଳିବା ନିଶ୍ଚିତ। ଏକମାତ୍ର ସ୍ପିନର ସ୍ଥାନ ପାଇଁ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରେ ମୁକାବିଲା ହେବ।

Leave A Reply

Your email address will not be published.