ପ୍ରଥମ ଟେଷ୍ଟର ଚତୁର୍ଥ ଦିନ: ଲଞ୍ଚ୍‌ ବ୍ରେକ ସୁଦ୍ଧା ଭାରତର ସ୍କୋର ୮୪/୫, ନ୍ୟୁଜିଲାଣ୍ଡଠାରୁ ୧୩୩ ରନ୍‌ରେ ଆଗୁଆ; କ୍ରିଜ୍‌ରେ ଶ୍ରେୟସ-ଅଶ୍ୱିନ୍‌

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଆଜି ଚତୁର୍ଥ ଦିନ। କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଚାଲୁଥିବା ମୁକାବିଲାରେ ଲଞ୍ଚ୍‌ ବ୍ରେକ୍‌ ହୋଇ ଯାଇଛି। ପ୍ରଥମ ଇନିଂସ୍‌ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ନାଁରେ ରହିଥିଲା। ଭାରତ-ନ୍ୟୁଜିଲାଣ୍ଡ କାନପୁର ଟେଷ୍ଟର ଚତୁର୍ଥ ଦିନରେ ବୋଲରଙ୍କ ରାଜ ଦେଖିବାକୁ ମିଳିଛି। ଭାରତ ପରେ ଦମଦାର ବୋଲିଂ କରିଛନ୍ତି କିଓ୍ଵି ବୋଲର।

ଦ୍ୱିତୀୟ ଇନିଂସରେ ୫୧ ରନରେ ୫ ଓ୍ଵିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ ୧୭, ଶୁଭମନ ଗିଲ ୧ ଓ ଚେତେଶ୍ୱର ପୂଜାରା ୨୨ ରନ କରି ଆଉଟ ହୋଇଛନ୍ତି। ଅଧିନାୟକ ଅଜିଙ୍କ୍ୟ ରାହାନେ ୪ ଓ ରବିନ୍ଦ୍ର ଜାଡେଜା ଖାତା ଖୋଲିବା ପୂର୍ବରୁ ପାଭେଲିୟନ ଫେରିଛନ୍ତି।

ଶ୍ରେୟସ ଆୟର ଓ ଆର ଅଶ୍ୱିନ୍‌ ପାଳି ସମ୍ଭାଳିଛନ୍ତି। ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରିଛି। ନ୍ୟୁଜିଲାଣ୍ଡଠାରୁ ୧୩୩ ରନ୍‌ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥେ ଓ ଜେମିସନ ୨ଟି ଲେଖାଏ ଓ୍ଵିକେଟ ନେଇଥିବା ବେଳେ ଏଜାଜ ପଟେଲଙ୍କୁ ମିଳିଛି ଗୋଟିଏ ଓ୍ଵିକେଟ। ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଛି କିଓ୍ଵି ଟିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.