ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ ଏହା ସଂପର୍କରେ ସୂଚନା ଦେଇଛନ୍ତି ।

ଏହାସହିତ ବିରୁଷ୍କା ମଧ୍ୟ ୨ କୋଟି ଟଙ୍କା କୋଭିଡ ଫଣ୍ଡକୁ ଦାନ କରିଛନ୍ତି । ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । କରୋନା ସମୟରେ ଏଭଳି ସହାୟତାର ହାତ ବଢ଼ାଇବା ମଧ୍ୟ ଗର୍ବର ବିଷୟ । ଦେଖନ୍ତୁ ଏହି ପୋଷ୍ଟ..

କରୋନାରେ ଏବେ ଗୋଟେ ଦିନରେ ୪ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ପ୍ରତିଦିନ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆଇପିଏଲ ମ୍ୟାଚକୁ ମଧ୍ୟ ସ୍ଥଗିତ କରାଯାଇଛି । ପ୍ରଦର୍ଶନ କଥା କହିବାକୁ ଗଲେ ଏହି ଟିମ ୭ଟି ମ୍ୟାଚରୁ ୬ଟି ମ୍ୟାଚ ହାରିଛି । ପଏଣ୍ଟ ଟେବୁଲରେ ଏହି ଟିମ ସବୁଠୁ ତଳେ ରହିଛି ।

Leave A Reply

Your email address will not be published.