ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚ୍‌ଙ୍କୁ ଚକ୍‌ମା ଦେଲେ ଯଶପ୍ରୀତ୍‌ ବୁମ୍‌ରା,କିଛି ବୁଝିବା ଆଗାରୁ ଫିଞ୍ଚ୍‌ ହୋଇଗଲେ କ୍ଲିନ୍‌ ବୋଲ୍ଡ

ନାଗପୁରରେ ଚାଲିଥିବା ଭାରତ –ଅଷ୍ଟ୍ରେଲିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ମୁକୁଟ ପିନ୍ଧିଛି। ବର୍ଷା ଯୋଗୁଁ ବିଳମ୍ବ ହୋଇଥିବା ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ କଙ୍ଗାରୁ ଦଳ ୮ ଓଭରରେ ୯୦ ରନ ସଂଗ୍ରହ କରିଥିଲା। ଏପଟେ ରୋହିତ ବାହିନୀ ଏହି ଟାର୍ଗେଟକୁ ପିଛାକରି ୪ଟି ବଲ ପୂର୍ବରୁ ୬ ଓ୍ଵିକେଟ୍‌ ବିନିମୟରେ ମ୍ୟାଚକୁ ଜିତିନେଇଥିଲା। ଏହି ମ୍ୟାଚରେ ଟିମକୁ ଫେରିଥିବା ତାରକା ଖେଳାଳି ଯଶପ୍ରୀତ ବୁମ୍ରା ଆରୋନ୍‌ଫିଞ୍ଚ୍‌ଙ୍କୁ ଯେମିତି ଭାବରେ ଆଉଟ୍ କରିଥିଲେ,ସମସ୍ତଙ୍କୁ ଚକିତ କରିଥିଲା।

ଆଖି ପିଛୁଳାକେ ବୁମ୍‌ରାଙ୍କ ଯାଦୁଗରି ବଲରେ କିଛି ବୁଝିବା ଆଗରୁ ଆଉଟ ହୋଇଯାଇଥିଲେ ଫିଞ୍ଚ୍‌। ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିବାରୁ ମ୍ୟାଚ୍‌କୁ ୮-୮ ଓଭରରେ ସୀମିତ କରାଯାଇଥିଲା। ଏହି ପାରିରେ ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲା। ରୋହିତ ଶର୍ମା ୨୦ ବଲରେ ଅତି ସୁନ୍ଦର ପ୍ରଦର୍ଶନକରି ୪ଟି ଛକା ଏବଂ ୪ଟି ଚଉକା ସହାୟତାରେ ଅପରାଜିତ ୪୬ ରନ ସଂଗ୍ରହ କରିଥିଲେ।

ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା। ଉମେଶ ଯାଦବଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଯଶପ୍ରୀତ ବୁମ୍‌ରା କ୍ଷତ ହେବା ପରେ ଦଳରେ ସ୍ଥାନ ପାଇଛନ୍ତି। କ୍ୟାପଟେନ୍ ରୋହିତ ଶର୍ମା ବୁମ୍ରାଙ୍କୁ ବୋଲିଂ ଭାର ଦେଇଥିଲେ। ବୁମ୍‌ରାଙ୍କ ପ୍ରଥମ ବଲ ଥିଲା ଅଷ୍ଟ୍ରେଲିୟ କପ୍ତାନ ଅରୋନ ଫିଞ୍ଚ୍‌ଙ୍କୁ ଯାହାକି ଓ୍ଵାଇଡ ଥିଲା। ଦ୍ୱିତୀୟ ବଲଟିକୁ ଫିଞ୍ଚ ଚଉକା ମାରି ପାଭିଲିୟନ ପଠାଇ ଦେଇଥିଲେ ଏବଂ ବୁମ୍‌ରାଙ୍କ ଶେଷ ବଲରେ ୟର୍‌କରକୁ ନବୁଝି ପାରି ଆଉଟ ହୋଇଯାଇଥିଲେ। ବୁମ୍‌ରା ୨ ଓଭରରେ ୨୩ ରନ ଦେଇ ଗୋଟିଏ ଓ୍ଵିକେଟ ସଂଗ୍ରହ କରିଥିଲେ।

Leave A Reply

Your email address will not be published.