କବାଡି ଖେଳୁଥିବା ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ, ଛାତି ଥରାଇ ଦେବ ଭିଡିଓ

ବେଳେ ବେଳେ ଖେଳୁଥିବା ସମୟରେ ଖେଳାଳିଙ୍କ ସହିତ ଏମିତି କିଛି ଦୁର୍ଘଟଣା ଘଟିଥାଏ, ଯେଉଁଥିପାଇଁ ସେମାନଙ୍କର ଜୀବନ ଚାଲିଯାଇଥାଏ । ନିକଟରେ ତାମିଲନାଡ଼ୁରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ କବାଡ଼ି ପ୍ରତିଯୋଗିତା ଚାଲିଥିବା ସମୟରେ ହଠାତ୍ ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା। ପ୍ରତିପକ୍ଷଙ୍କ ସହିତ ଲଢ଼େଇ କରୁ କରୁ ଜୀବନ ଯୁଦ୍ଧରେ ହାରିଗଲେ ଖେଳାଳି। ମୃତକ କବାଡି ଖେଳାଳିଙ୍କ ନାମ ବିମଳରାଜ ସାଲେମ ଜିଲ୍ଲା ଏକ ପ୍ରାଇଭେଟ କଲେଜରେ ଛାତ୍ର ଥିଲେ। ତାଙ୍କ ବୟସ ୨୨ ବର୍ଷ।

ଖବର ମୁତାବକ, ତାମିଲଡ଼ାଡ଼ୁର ପଂରୁତୀରେ କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଲାଇଭ ମ୍ୟାଚ ଚାଲିଥିବା ବେଳେ ଅଚାନକ ଜଣେ କବାଡ଼ି ଖେଳାଳି ପ୍ରାଣ ହରାଇଥିଲେ । ଖେଳ ଚାଲିଥିବା ବେଳେ ପ୍ରତିପକ୍ଷର ଖେଳାଳିଙ୍କଠାରୁ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରୁଥିବା ସମୟରେ ହଠାତ୍ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଟୁର୍ଣ୍ଣାମେଣ୍ଟରେ ସେ ମୁରାଟ୍ଟୁ କାଲାଇ ଟିମ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମୁକାବିଲାରେ ଭାଗ ନେଇଥିଲେ । ପ୍ରତିପକ୍ଷ ଖେଳାଳିଙ୍କ ଆଣ୍ଠୁ ବିମଲମଙ୍କ ଛାତିରେ ବାଜିବା ଫଳରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା କୁହାଯାଉଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ତେବେ ଘଟଣା ପରେ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ବିମଳରାଜଙ୍କ ମୃତ୍ୟୁ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଘଟଣାର ଯାଞ୍ଚ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

video credit: K.P.JEEVA 143

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.