ଖୁବଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ଟିମ୍‌ ଇଣ୍ଡିଆର ଏହି ଖେଳାଳି, କୌଣସି ମ୍ୟାଚ ପାଇଁ ହେଉନାହାନ୍ତି ଚୟନ

ଟିମ୍‌ ଇଣ୍ଡିଆରେ କିଛିବର୍ଷ ହେଲାଣି ପରିବର୍ତ୍ତନ ଦେଖିବାକୁ ମିଳିଛି। ବିରାଟ କୋହଲିଙ୍କ ଠାରୁ ଅଧିନାୟକତ୍ୱ ପଦ ଚାଲିଯିବା ପରେ ଅନେକ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉଛି। ଏମିତିରେ ଟିମ୍‌ ଇଣ୍ଠିଆରେ ଖେଳାଳି ନିଜର ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପଡୁଛି। ଏହାମଧ୍ୟରେ ଆଉ ଜଣେ ଖେଳାଳି ଏବେ ଖେଳରୁ ସନ୍ନ୍ୟାସ ନେବେ ବୋଲି ସୂଚନା ମିଳିଛି।

ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟସମ୍ୟାନ୍‌ କେଦାର ଯାଦବ ଗତ ଦୁଇବର୍ଷ ହେଲାଣି ଟିମରେ ସ୍ଥାନ ପାଇନାହାନ୍ତି। ସେ ଶେଷ ଥର ପାଇଁ ୨୦୨୦ରେ ମ୍ୟାଚ ଖେଳିଥିଲେ। ଏହା ପରେ ଚୟନକର୍ତ୍ତା ଏହି ଖେଳାଳିଙ୍କ ଉପରେ ଭରସା କରିନାହାନ୍ତି। କେଦାର ଯାଦବ ୨୦୧୯ରେ ବିଶ୍ୱକପ୍‌ ଖେଳିଥିଲେ। କିନ୍ତୁ ବେଶି କିଛି କମାଲ କରିପାରିନଥିଲେ। କେଦାରଙ୍କ ଖରାପ ଫର୍ମ ଯୋଗୁଁ ଟିମ୍‌ ଇଣ୍ଡିଆ ହାରିଥିଲା। ତେଣୁ ତାଙ୍କୁ ଟିମ୍‌ରୁ ବାହାର କରିଦିଆଯାଇଥିଲା।

ଏହା ପରେ ଆଇପିଏଲ ମେଗା ଅକ୍ସନରେ ମଧ୍ୟରେ ବିକ୍ରି ହୋଇନଥିଲେ କେଦାର ଯାଦବ। କେଦାର ଯାଦବ ୨୦୧୦ରୁ ଆଇପିଏଲ୍‌ ଖେଳୁଛନ୍ତି, କିନ୍ତୁ ପ୍ରଦର୍ଶନ ଖରାପ ଯୋଗୁଁ ତାଙ୍କୁ କେହି ବି ମେଗା ଅକ୍ସନରେ କିଣିନଥିଲେ । ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ କେଦାର ଯାଦବ ଚେନ୍ନାଇ ପାଇଁ ଖେଳିଥିଲେ, ଏହା ପରେ ୨୦୨୧ରେ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥଇଲେ। ଆଇପିଏଲ୍‌ ୨୦୨୧ରେ ୬ଟି ମ୍ୟାଚରେ ମାତ୍ର ୫୫ ରନ୍‌ କରିଥିଲେ। ଏବେ କେଦାର ଯାଦବ ୩୫ ବର୍ଷରେ ପାଦ ଦେଇଛନ୍ତି। ଆଉ ତାଙ୍କ ବୟସ ଏବେ ତାଙ୍କ କ୍ୟାରିଅର ଉପରେ ପକାଇଛି।

indian team

ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳୁନଥିବାରୁ କ୍ରିକେଟକୁ ବାଏ ବାଏ କରିପାରନ୍ତି କେଦାର। ଏବେ ଟିମ୍‌ ଇଣ୍ଡିଆରେ କେଦାରଙ୍କ ସ୍ଥାନରେ ଅନେକ ଯୁବ ଖେଳାଳିଙ୍କୁ ସ୍ଥାନ ମିଳୁଛି। ସୂର୍ଯ୍ୟକୁମାର ଯାଦନ ଏବଂ ଷଶ୍ରୟସ ଆୟର ସାମିଲ ରହିଛନ୍ତି। ଏମାନେ ଭଲ ପ୍ରଦର୍ଶନ କରୁଥିବାରୁ ଚୟନକର୍ତ୍ତା ଏମାନଙ୍କୁ ଚୟନ କରୁଛନ୍ତି।

କେଦାର ଯାଦବ ଟିମ୍‌ ଇଣ୍ଡିଆ ପାଇଁ ୯ଟି ଟି-୨୦ ମ୍ୟାଚରେ ୧୨୨ ରନ୍‌ ଏବଂ ୭୩ ଦିନିକିଆରେ ୧୩୮୯ ରନ୍‌ କରିଛନ୍ତି। ଏହାମଧ୍ୟରେ ୨ଟି ଶତକ ସାମିଲ ରହିଛି। କେଦାରଙ୍କ ପାଖରେ ଏବେ ସନ୍ନ୍ୟାସ ନେବା ଛଡା ଅନ୍ୟକିଛି ଉପାୟ ନାହିଁ।

Leave A Reply

Your email address will not be published.