ବିରାଟଙ୍କ ବୈରାଗ୍ୟ, ଟୁଇଟ୍‌ କରି ଜଣାଇ ଦେଲେ ମୁଁ ଟେଷ୍ଟ ଅଧିନାୟକ ପଦ ଛାଡିଲି

ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍‌ ହାରିବାର ପରଦିନ ଅର୍ଥାତ୍‌ ଆଜି ଟେଷ୍ଟ କ୍ରିକେଟ୍‌ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।
ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ପଦ ଛାଡ଼ିଥିଲେ । ଅବଶ୍ୟ ଦିନିକିଆ ନେତୃତ୍ୱରୁ ସେ ନିଜେ ଓହରି ଯାଇଥିବା ବେଳେ ଏହି ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟି ୨୦ ଅଧିନାୟକ ପଦକୁ ନେଇ ବିସିସିଆଇ ସହିତ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା ।
ତେବେ ନିଜେ ଜଣେ ରେକର୍ଡ଼ ବ୍ରେକର ବ୍ୟାଟର ହୋଇଥିଲେ ମଧ୍ୟ ଅନେକ ସମୟରେ କ୍ୟାପଟେନ ଭାବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କାରଣ ସାରା ଭାରତ ଖୋଜିଛି ଧୋନିଙ୍କ ବିକଳ୍ପ । ଯଦିଓ ଅଧିନାୟକ ଭାବେ ତାଙ୍କର ରେକଡ଼ଁ ଏତେ ଖରାପ ନୁହେଁ ତଥାପି ଭାରତ ହାରିଲେ ଅନେକ ସମୟରେ ତାଙ୍କ ରଣକୌଶଳକୁ ନେଇ ପ୍ରଶ୍ନ ଉଠେ ।

ଆଜି ଟୁଇଟ୍‌ରେ କୋହଲି ଲେଖିଛନ୍ତି ଯେ ଗତ ୭ ବର୍ଷ ହେଲା ମୁଁ ବହୁତ ପରିଶ୍ରମ କରିଛି । ଦଳକୁ ସଠିକ ଦିଗରେ ନେବା ପାଇଁ ଅନବରତ ଚେଷ୍ଟା କରିଛି । ମୁଁ ସମ୍ପୂର୍ଣ୍ଣ ନିଷ୍ଠାର ସହ ମୋ ଦାୟିତ୍ୱ ସମ୍ଭାଳିଛି । ତା ଭିତରେ ଅନେକ ସଫଳତା ଓ ବିଫଳତାର ସାମନା କରିବାକୁ ପଡ଼ିଛି । ତଥାପି ମୁଁ ସବୁବେଳେ ନିଜର ୧୨୦ ପ୍ରତିଶତ ଉଦ୍ୟମ ଦେଇଛି । ମୁଁ କେବେବି ମୋ ଦାୟିତ୍ୱରେ ହେଳା କରି ନାହିଁ ଏବଂ ଟିମ୍‌ ପ୍ରତି ବିଶ୍ୱସ୍ତ ରହିଛି ।
ବିସିସିଆଇ ମୋତେ ଏତେ ଲମ୍ବା ସମୟ ଧରି ନେତୃତ୍ୱ ନେବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ସେହିପରି ମୋ ସାଥୀ ଖେଳାଳି, ରବି ଭାଇ (ଶାସ୍ତ୍ରୀ) ଏବଂ ଏମ୍‌ଏସ୍‌ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ଜଣେ ଭଲ ଅଧିନାୟକ ହୋଇ ପାରିବି ବୋଲି ଧୋନି ମୋ ଉପରେ ବିଶ୍ୱାସ ରଖିଥିଲେ । ରବିଭାଇ ଏବଂ ସପୋର୍ଟ ଗ୍ରୁପ୍‌ଙ୍କ ଯୋଗୁଁ ମୁଁ ଏତେଦୂର ପହଞ୍ଚି ପାରିଛି ।
ଅବଶ୍ୟ କୋହଲିଙ୍କ ଏଭଳି ଅଚାନକ ନିଷ୍ପତ୍ତି କିଛି ଲୋକଙ୍କୁ ଚକିତ କରିଥିବା ବେଳେ ଆଉ କିଛ ଏହା ଆଶା କରାଯାଉଥିଲା ବୋଲି କହିଛନ୍ତି । ଅନ୍ୟପଟେ ବିସିସିଆଇ କହିଛି କି ବିରାଟ ଜଣେ ଚମତ୍କାର ଓ ଅନ୍ୟତମ ଶ୍ରେଷ୍ଠ ଅଧିନାୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.