ଆଜିଠୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌: କଟକ ବାରବାଟୀ ଷ୍ଟାଡିୟମରେ ସାମ୍ନା ସାମ୍ନି ହେବେ ମଣିପାଲ ଟାଇଗର୍ସ ଓ ଭିଲଓ୍ଵରା କିଙ୍ଗସ୍‌

କଟକ(କେନ୍ୟୁଜ୍): ଆଜିଠୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌। ସାମ୍ନା ସାମ୍ନି ହେବେ ମଣିପାଲ ଟାଇଗର୍ସ ଓ ଭିଲଓ୍ଵରା କିଙ୍ଗସ୍‌। ଅପରାହ୍ଣରେ ଉଭୟ ଟିମ୍‌ ଭୁବନେଶ୍ୱରରୁ ଆସି ଷ୍ଟାଡିୟମରେ ପହଞ୍ଚିବେ। ସନ୍ଧ୍ୟା ୭ଟା ୩୦ରେ ଫ୍ଲଡ୍‌ ଲାଇଟରେ ଆରମ୍ଭ ହେବ ମ୍ୟାଚ୍‌।

ଲିଜେଣ୍ଡର୍ସ କ୍ରିକେଟ ଲିଗ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଖେଳାଳିଙ୍କ ଯିବା ଆସିବା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ପାର୍କିଂ ଆଦିର ବ୍ୟବସ୍ଥା କରାଯାଇଛି। ମ୍ୟାଚ ପରିଚାଳନା ପାଇଁ ୪୦ ସେକ୍ସନ ଫୋର୍ସ, ଦୁଇଜଣ ଅତିରିକ୍ତ ଡିସିପି, ଦଶଜଣ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ପ୍ରତିଷ୍ଠିତ ଖେଳାଳିମାନେ ଲିଜେଣ୍ଡ ଲିଗରେ ଖେଳୁଛନ୍ତି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.