ମେରିଲବୋନ କ୍ରିକେଟ କ୍ଲବ (MCC)ର ନିଷ୍ପତ୍ତି, ଏବେ ବ୍ଯାଟ୍ସମ୍ଯାନ ସ୍ଥାନରେ ଲେଖାଯିବ ‘ବ୍ଯାଟର କିମ୍ବା ବ୍ଯାଟର୍ସ’

ମେରିଲବୋନ କ୍ରିକେଟ କ୍ଲବ (MCC) ଏକ ବଡ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବ୍ୟାଟ୍ସମ୍ୟାନଙ୍କୁ ବ୍ୟାଟର କୁହାଯିବ । ବ୍ଯାଟ୍ସମ୍ଯାନ କିମ୍ବା ବ୍ଯାଟ୍ସଓମେନ ସ୍ଥାନରେ ବ୍ୟାଟର କୁହାଯିବ ଓ ଲେଖା ଯିବ । କ୍ରିକେଟରେ ଲିଙ୍ଗ-ନିରପେକ୍ଷତା ରଖିବା ପାଇଁ ଶବ୍ଦ ‘ବ୍ଯାଟର କିମ୍ବା ବ୍ଯାଟର୍ସ’ ର ବ୍ଯବହାର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏମସିସିଜେ ନିଷ୍ପତ୍ତି ପରେ ଏହା ଏବେ କ୍ରିକେଟରେ ଦେଖିବାକୁ ମିଳିଲାଣି। ଦୁବାଇରେ ଚାଲିଥିବା ଆଇପିଏଲରେ ଏବେ ଏହି ଶବ୍ଦ ବ୍ୟବହାର ହେଲାଣି । ଏମସିସି କହିବା ମୁତାବକ, ବ୍ୟାଟ୍ସମ୍ୟାନ କିମ୍ବା ବ୍ୟାଟ୍ସଓ଼ମ୍ୟାନ ବଦଳରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବ୍ୟାଟର ଶବ୍ଦ ବ୍ଯବହାର କରିବା ଦ୍ବାରା ସବୁ କ୍ରିକେଟର୍ସକୁ ସମାନତା ମିଳିବ। ଲିଙ୍ଗଗତ ବୈଷମ୍ୟ ରହିବ ନାହିଁ ।

ସମସ୍ତେ ଜାଣିବା ଦରକାର ଯେ ଏମସିସି ଆରମ୍ଭରୁ ଆଇସିସି ପାଇଁ କ୍ରିକେଟ ନିୟମ ତିଆରି କରିଥାଏ । କ୍ଲବର ବିଶେଷଜ୍ଞ ଆଇନ ସବ୍ କମିଟି ଦ୍ବାରା ପ୍ରାରମ୍ଭିକ ଆଲୋଚନା ପରେ ଆଇନରେ ସଂଶୋଧନ ଏମସିସି କମିଟି ଦ୍ୱାରା ଏହା ଅନୁମୋଦିତ ହୋଇଥିଲା। ଏମସିସି ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ଲିଙ୍ଗ-ନିରପେକ୍ଷ ଟର୍ମିନୋଲୋଜିର ବ୍ୟବହାର ସମସ୍ତଙ୍କ ପାଇଁ ଶୁଭଙ୍କର ହେବ । ଏହା କ୍ରିକେଟର ସ୍ଥିତିକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ।

 

MCC has today announced amendments to the Laws of Cricket to use the gender-neutral terms “batter” and “batters”, rather than “batsman” or “batsmen”.

— Marylebone Cricket Club (@MCCOfficial) September 22, 2021

 

BATTER
IMAGE SOURCE : DNA
Leave A Reply

Your email address will not be published.