ଅଟୋଗ୍ରାଫ ଦେଉଥିବା ବେଳେ ଗୋଡରେ ପାକ୍‌ ପତାକା ଉଠାଇଲେ ମହମ୍ମଦ ରିଜଓ୍ଵାନ, ଭିଡିଓ ଭାଇରଲ

ପାକିସ୍ତାନ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ଆଉ ବିବାଦ ସହିତ ପାକିସ୍ତାନର ସଂପର୍କ ବହୁତ ପୁରୁଣା। ଏବେ ପାକିସ୍ତାନୀ କ୍ରିକେଟର ଏମିତି କିଛି କାମ କରିଛନ୍ତି, ଯାହାର ଭିଡିଓ ଭାଇରଲ ହେଉଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ପାକିସ୍ତାନ କ୍ରିକେଟ ଟିମ୍‌ର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନ ନିଜ ଫ୍ୟାନ୍ସଙ୍କୁ ଅଟୋଗ୍ରାଫ ଦେଉଥିବା ସମୟରେ ପାଦରେ ପାକିସ୍ତାନର ପତାକା ଗୋଡରେ ଉଠାଉଥିବା ନଜର ଆସିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନୀ ରାଗିଯାଇଛନ୍ତି।

ରବିବାର ରାତିରେ କରାଚୀରେ ଖେଳାଯାଉଥିବା ଟି-୨୦ ମ୍ୟାଚ୍‌ ପରର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ହରାଇଥିଲା। ଏହି ମ୍ୟାଚରେ ମହମ୍ମଦ ରିଜଓ୍ଵାନ ଅର୍ଦ୍ଧଶତକ ମାରିଥିଲେ। ୭ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୨-୨ ମ୍ୟାଚ୍‌ ରହିଛି।

 

View this post on Instagram

 

A post shared by Khel Shel (@khelshel)

ମ୍ୟାଚ ପରେ ପାକିସ୍ତାନୀ ଫ୍ୟାନ୍ସ ରିଜଓ୍ଵାନଙ୍କ ଉପରକୁ ଟୋପି, ଟି ସାର୍ଟ ଏବଂ ପତାକା ପକାଇ ଅଟୋଗ୍ରାଫ ମାଗୁଥିବାର ନଜର ଆସିଥିଲେ। ରିଜଓ୍ଵାନ ଏହିସବୁ ଜିନିଷରେ ନିଜର ଅଟୋଗ୍ରାଫ ଦେଉଥିଲେ। ହେଲେ ଯେତେବେଳେ ଏହି ସମୟରେ ଏକ ପତାକା ମଧ୍ୟ ତାଙ୍କ ପାଖକୁ ଅଟୋଗ୍ରାଫ ପାଇଁ ଆସିଥିଲା। ପତାକାରେ ଅଟୋଗ୍ରାଫ ଦେଉଥିବା ବେଳେ ଏହାର ଅଧା ତଳେ ପଡିଥିଲା। ଆଉ ଏଥିରେ ଅଟୋଗ୍ରାଫ ଦେବା ପରେ ରିଜଓ୍ଵାନ ପାଦରେ ଉଠାଇ ହାତରେ ଧରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଥିଲା। ଏହାର ଭିଡିଓ ଦେଖି ଫ୍ୟାନ୍ସ ନିରାଶ ହୋଇଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ରିଜଓ୍ଵାନଙ୍କ ବିପକ୍ଷରେ ବିଭିନ୍ନ ପ୍ରକାର ଖରାପ କମେଣ୍ଟ ଦେବାକୁ ଲାଗିଛି। କିଛି ଫ୍ୟାନ୍ସ ରିଜଓ୍ଵାନଙ୍କ ସପକ୍ଷରେ ଯାଇ ଏହା ଅଜ୍ଞାତରେ ହୋଇଛି ବୋଲି କହୁଛନ୍ତି।

Also Read : ଏଥର ଦିନେଶ କାର୍ତ୍ତିକ ବେକ ନ ଧରି ସିଧା ମୁଣ୍ଡକୁ କିସ୍‌ କଲେ ରୋହିତ ଶର୍ମା, ଭିଡିଓ ଭାଇରଲ

Leave A Reply

Your email address will not be published.