ଏସିଆ କପ୍‌ ୨୦୨୨ ଟାଇଟଲ ହାତେଇବାର ସମସ୍ତ ଶ୍ରେୟ ଧୋନିଙ୍କୁ ଦେଲା ଶ୍ରୀଲଙ୍କା ଟିମ୍‌, ଶ୍ରୀଲଙ୍କା ଅଧିନାୟକଙ୍କ ବଡ ଖୁଲାସା

ଏସିଆ କପ୍‌ ୨୦୨୨ରେ ଫାଇନାଲ ମ୍ୟାଚ୍‌ ବାଜିନେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୨୩ରନରେ ହରାଇ ଶ୍ରୀଲଙ୍କା ଏହି ଟାଇଟଲ ହାସିଲ କରିଛି। ଫାଇନାଲ ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଶ୍ରୀଲଙ୍କା ୬ ଥର ପାଇଁ ଏସିଆ କପ୍‌ ଟାଇଟଲ ବିଜୟୀ ହୋଇଛି। ଶ୍ରୀଲଙ୍କା ଟିମ୍‌ ମ୍ୟାଚ୍‌ ଜିତିବା ପରେ ଅଧିନାୟକ ଏମିତି ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏସିଆ କପ୍‌ ୨୦୨୨ରେ ଟସର ପ୍ରମୁଖ ଭୂମିକା ରହିଥିଲା। ଏଥର ଟସ୍‌ ଜିତିଥିବା ଟିମ୍‌ ହିଁ ଅଧିକ ମ୍ୟାଚ୍‌ ଜିତିଛି। ଫାଇନାଲରେ ଶ୍ରୀଲଙ୍କା ଟିମ୍‌ ଟସ୍‌ ହାରି ମଧ୍ୟ ଚାମ୍ପିଅନ ହୋଇଥିଲା। ହେଲେ ଏହାର ପ୍ରମୁଖ କାରଣ ରହିଥିଲେ କ୍ୟାପଟେନ କୁଲ୍‌ ଏମଏସ ଧୋନି। ଏସିଆ କପ୍‌ ୨୦୨୨ ଫାଇନାଲ ମୁକାବିଲା ପୂର୍ବରୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ୩୦ଟି ମ୍ୟାଚ୍‌ ମଧ୍ୟରୁ ୨୬ ଥର ଟିମ୍‌ ଟାର୍ଗେଟକୁ ପିଛା କରି ବିଜୟ ହୋଇଛି। ମ୍ୟାଚ୍‌ ପରେ ଶ୍ରୀଲଙ୍କା ଅଧିନାୟକ କହିଛନ୍ତି କି, ଆଇପିଏଲ୍‌ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସର ଟାଇଟଲ ଜିତିବା ହିଁ ଆମକୁ ମ୍ୟାଚ୍‌ ଜିତିବାରେ ସାହାଯ୍ୟ କରିଛି।

ଫାଇନାଲ ମ୍ୟାଚ୍‌ ଜିତିବା ପରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକ କହିଛନ୍ତି‘ ଯଦି ଆପଣ ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚକୁ ଦେଖିଛନ୍ତି, ତେବେ ଫାଇନାଲ ମ୍ୟାଚରେ ଚେନ୍ନାଇର ଟିମ୍‌ ପ୍ରଥମେ ବ୍ୟାଟିଂ କରି ଚାମ୍ପିଅନ ହେବାରେ ସଫଳ ହୋଇଥିଲା। ଖାସ୍‌ ଏଥିପାଇଁ ଆମେ ପ୍ରଥମେ ବ୍ୟାଟିଂ କରିବା ପରେ ଟାଇଟଲ ଜିତିବା ପାଇଁ ଆଶା ଓ ଭରସା ରଖିଥିଲୁ। ୨୦୨୧ ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସ କୋଲକତା ନାଇଟ ରାଇଡର୍ସକୁ ୨୭ ରନରେ ହରାଇଥିଲା। ଏହି ମ୍ୟାଚରେ ଚେନ୍ନାଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିଥିଲା।

ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍‌ରେ ୧୭୦ ରନ୍‌ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଟିମ୍‌କୁ ପ୍ରଥମରୁ ଭଲ ସଫଳତା ମିଳିଥିଲା। ଶ୍ରୀଲଙ୍କା ପକ୍ଷରୁ ଭାନୁକ ରାଜପକ୍ଷେ(୭୧*) ରନ, ଭାନିନ୍ଦୁ ହସରଙ୍ଗା(୩୬), ଚାମିକା କରୁଣାରତ୍ନେ (୧୪) ରନ୍‌ କରି ଏକ ବଡ ସ୍କୋର କରିଥିଲେ।

ଏହାର ଜବାବରେ ପାକିସ୍ତାନ ଟିମ୍‌ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୪୭ ରନ୍‌ କରିଥିଲା। ମହମ୍ମଦ ରିଜୱାନ୍‌ ପାକିସ୍ତାନ୍‌ ଟିମ୍‌ ପାଇଁ ସର୍ବାଧିକ ୫୧ ରନ୍‌ କରିଥିଲେ। ସେହିପରି ଶ୍ରୀଲଙ୍କା ପାଇଁ ପାଇଁ ପ୍ରମୋଦ ମଦୁଶନ୍‌ ୪ ୱିକେଟ୍‌ ହସରଙ୍ଗା ୩ ଓ ଚମିକା ୨ ୱିକେଟ୍‌ କରିଥିଲେ। ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍‌ ଟିମ୍‌ ଏସିଆ କପ୍‌ର ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍‌ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ। ଏହା ପୂର୍ବରୁ ଏହି ୨ ଟିମ୍‌ ଭିତରେ ତିନିଥର ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ଦୁଇଥର ଓ ପାକିସ୍ତାନ ଥରେ ଜିତିଥିଲା।

 

Also Read : ପାକିସ୍ତାନ ଏସିଆ କପ୍‌ ଫାଇନାଲ ହାରିବା ପରେ ରାଗିଗଲେ ରମିଜ ରାଜା, ଛଡାଇନେଲେ ସାମ୍ବାଦିକଙ୍କ ଫୋନ: ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.