ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଲେ କ୍ୟାପଟେନ କୁଲ୍‌, BCCI ସେୟାର କଲା ଫଟୋ

ଏଜବାଷ୍ଟନରେ ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିସାରିଛି। ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ସିରିଜ ବିଜୟ କରିସାରିଛି। ଏହାପରେ ଆଜି ୩ୟ ଟି-୨୦ ଖେଳି କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ଏହା ମଧ୍ୟରେ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମରେ ପହଞ୍ଚିଛନ୍ତି କ୍ୟାପଟେନ କୁଲ୍‌ ମହେନ୍ଦ୍ର ସିଂ ଧୋନୀ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିବା ପରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଟିମ ଇଣ୍ଡିଆ ସହ ଯୋଡି ହୋଇଛନ୍ତି ଧୋନୀ । ଦଳର ଖେଳାଳିମାନଙ୍କ ସହ ସମୟ ବିତାଇବାର କିଛି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛି ବିସିସିଆଇ । ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ଧୋନୀ କିଛି ଖେଳାଳିମାନଙ୍କୁ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି । ନିଜ ପୁରୁଣା ଅନ୍ଦାଜରେ ଧୋନୀ ଟିମ ସଦସ୍ୟଙ୍କୁ ଖେଳର ରଣନୀତି ଉପରେ ବୁଝାଉଥିବାର ଦୃଶ୍ୟ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।

ଧୋନୀଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଶୀର୍ବାଦ ପାଲଟିଛି । ମ୍ୟାଚ ପରେ ଧୋନୀଙ୍କ ଶିଷ୍ୟ ତଥା ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କୁ ସାକ୍ଷାତ କରିଥିଲେ । ତେବେ ପନ୍ତ ଧୋନୀଙ୍କ ସହ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, ଡବଲ ବିଜୟ, ଆଗାମୀ ମ୍ୟାଚକୁ ଅପେକ୍ଷା । ତେବେ ଆଜି ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜର ତୃତୀୟ ତଥା ଶେଷ ଟି-୨୦ ଖେଳିବ ।

ଦ୍ୱିତୀୟ ଟି-୨୦ରେ ଈଶାନଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥିଲା। ତେଣୁ ସେ ଧୋନୀଙ୍କ କଥାକୁ ଗୁରୁତର ସହିତ ଶୁଣୁଥିବାର ନଜର ଆସିଛନ୍ତି। ଜୁଲାଇ ୭ ଜୁଲାଇରେ ନିଜର ୪୧ ତମ ଜନ୍ମଦିନ ପାଳନ କରିଥିଲେ।

Leave A Reply

Your email address will not be published.