ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ଧୋନୀ, ବିଜୟ ଥଲାପତିଙ୍କ ସହିତ ନଜର ଆସିବେ !

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖୁବଶୀଘ୍ର ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ମୁତାବକ, ମାହି ଖୁବଶୀଘ୍ର ସାଉଥ ଫିଲ୍ମକୁ ପ୍ରଯୋଜନା କରିବେ। ଆଉ ମାହିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସାଉଥ ସୁପରଷ୍ଟାର ବିଜୟ ଥଲାପତି। ଧୋନୀ ଏହି ଫିଲ୍ମରେ କେମିଓ କରିବେ। କିନ୍ତୁ ଏହି ଖବର ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟୋକ୍ତି ମିଳିନାହିଁ। ଧୋନୀଙ୍କ ଜନ୍ମଦିନ ଅବସରେ ଏହାର ଘୋଷଣା ହୋଇପାରେ ବୋଲି ଖବର ମିଳିଛି।

ଖବର ମୁତାବକ, ଧୋନୀ ବିଜୟ ଥଲାପତିଙ୍କ ସହ ଏହି ବିଷୟକୁ ନେଇ ଯୋଗାଯୋଗ କରିଥିଲେ। ଫିଲ୍ମରେ ସାଇନ କରିବା ପାଇଁ କହିଥିଲେ। ସାଉଥ ସୁପରଷ୍ଟାର କ୍ୟାପଟେନ କୁଲଙ୍କ ଅନୁରୋଧକୁ ସ୍ୱୀକାର କରିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସରେ ଏହି ଫିଲ୍ମ କରିବାକୁ ପ୍ଲାନିଂ କରୁଛନ୍ତି।

ଧୋନୀ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଲେଣି। ଏବେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସର ଦାୟିତ୍ୱ ସମ୍ଭାଳୁଛନ୍ତି। ୪ଥର ଟାଇଟଲ ବିଜେତା ଧୋନୀଙ୍କ ୧୫ତମ ସିଜିନ ବହୁତ ନୈରାଶଜନକ ଥିଲା। ଚେନ୍ନାଇ ୧୪ଟି ମ୍ୟାଚରୁ ମାତ୍ର ୪ଟି ମ୍ୟାଚ ଜିତିଥିଲା। ଚେନ୍ନାଇ ପଏଣ୍ଟ ଟେବୁଲରେ ୯ତମ ସ୍ଥାନରେ ରହିଥିଲା। ଧୋନୀ ମଧ୍ୟ ଚଳିତ ଆଇପିଏଲ୍‌ ସିଜିନରେ ବେଶ୍‌ କିଛି କମାଲ କରିପାରିନଥିଲେ। ଧୋନୀ ୧୪ଟି ମ୍ୟାଚରେ ୩୩.୧୪ ପ୍ରତିଶତରେ ୧୨୩.୪୦ ଷ୍ଟ୍ରାଇକ୍‌ ରେଟରେ ୨୩୨ ରନ୍‌କରିଥିଲେ।

ଜୁଲାଇ ୭, ୧୯୮୧ରେ ଜନ୍ମଗ୍ରହଣ କରିିଥିବା ଧୋନୀ ଛୋଟ ବେଳରୁ କ୍ରିକେଟ ପ୍ରତି ଆଗ୍ରହ ରଖିନଥିଲେ। ସେ ସ୍କୁଲରେ ଫୁଟବଲ ଦଳର ଗୋଲକିପର ଥିଲେ। ସେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ କ୍ରିକେଟ ଦଳରେ ଏକ ଓ୍ଵିକେଟ କିପରର ଆବଶ୍ୟକତା ପଡିଥିଲା। ସ୍କୁଲରେ ଥିବା କ୍ରିକେଟ ପ୍ରଶିକ୍ଷକ ଧୋନୀଙ୍କୁ ଗୋଲକିପିଂ କରିବା ଦେଖିଥିଲେ, ତେଣୁ ଧୋନୀଙ୍କ ଉପରେ ପ୍ରଭାବିତ ହୋଇ ସେ ଉଇକେଟ କିପିଂ କରିବା ପାଇଁ କହିଥିଲେ। ପ୍ରଥମେ ଧୋନୀ ମନା କରିଥିବା ବେଳେ ପରେ ରାଜି ହୋଇଥିଲେ। ସେବେଠାରୁ ଆରମ୍ଭ ହୋଇଥିବଲା ଧୋନୀଙ୍କ କ୍ରିକେଟ ଜୀବନ। ଧୋନୀ ହେଲିକ୍ଟର ସଟ୍‌ ପାଇଁ ବେଶ୍‌ ପରିଚିତ ଥିଲେ। ଏହି ସଟ୍‌ ମାରିବାର କୌଶଳ ସେ ନିଜ ସାଙ୍ଗ ଠାରୁ ଶିଖିଥିଲେ।

୨୦୦୪ରେ ଧୋନୀଙ୍କୁ ଅଧିନାୟକ ସୌରଭ ଗାଙ୍ଗୁଲି ଟିମ୍‌ ଇଣ୍ଡିଆରେ ପ୍ରଥମ ସୁଯୋଗ ଦେଇଥିଲେ। ୨୦୧୩ରେ ଜିମ୍ବାେଓ୍ଵ ଏବଂ କେନିଆ ଗ୍ରସ୍ତରେ ଧୋନି ଇଣ୍ଡିଆ ଦଳରେ ସ୍ଥାନ ପାଇଥିଲେ। ଧୋନୀ କିନ୍ତୁ ବାଲାଂଦେଶ ବିଶ୍ୱକପରେ ଏକ ଦିବସୀୟ ଡେବ୍ୟୁ କରିଥିଲେ। କିନ୍ତୁ ଏହି ସିରିଜରେ ପୁରା ଫ୍ଲପ ହୋଇଥିଲେ। ସେ ତିନିଟି ମ୍ୟାଚରେ ମାତ୍ର ୧୯ ରନ ସଂଗ୍ରହ କରିଥିଲେ। ୨୦୦୫ରେ ପାକିସ୍ତାନ ଦଳ ଭାରତ ଗ୍ରସ୍ତ କରିଥିଲା। ପ୍ରଥମ ମ୍ୟାଚରେ ସେ ମାତ୍ର ତିନି ରନ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ଧୋନି ବିଶାଖାପାଟନମରେ ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଧୋନୀ ଏହି ମ୍ୟାଚରେ ୧୨୩ ବଲରେ ୧୪୮ ରନ କରି ସମସ୍ତଙ୍କ ମନ କିଣି ନେଇଥିଲେ। ତା’ ପର ଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।

Leave A Reply

Your email address will not be published.