ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ପୁଣି ଅନଫଲୋ କଲେ ପାକିସ୍ତାନୀ କ୍ରିକେଟର ନସିମ ଶାହା, ଏବେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

ଉର୍ବଶୀଙ୍କୁ ଇନଷ୍ଟାରେ ଅନଫଲୋ କଲେ ନସିମ ଶାହା। କିଛିଦିନ ପୂର୍ବରୁ ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଥିବା ନସିମ ଏବେ ଅପଫଲୋ କରିଦେଇଛନ୍ତି। ଉର୍ବଶୀଙ୍କୁ ଅନଫଲୋ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ନସିମ। ପାକିସ୍ତାନୀ କ୍ରିକେଟର ନସିମ ଶାହା ଏବଂ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଲଭ୍ ରିଲେସନକୁ ନେଇ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଉର୍ବଶୀ ନିକଟରେ ଏସିଆ କପ୍‌ ୨୦୨୨ ରେ ମ୍ୟାଚ୍‌ ଦେଖିବା ପାଇଁ ଦୁବାଇ ଯାଇଥିଲେ। ଏସିଆ କପରେ ପାକିସ୍ତାନ ଦଳର ଭାରତ ସହ ମ୍ୟାଚ୍ ଦେଖୁଥିବା ବେଳେ ଉର୍ବଶୀଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଆଉ ତା’ ପରେ ଏହି ମ୍ୟାଚ୍‌ ସହିତ ଜଡିତ ଏକ ସର୍ଟ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ଏକ ରୋମାଣ୍ଟିକ ଗୀତ ଶୁଣିବାକୁ ମିଳିଥିଲା। ଆଉ ଏହି ଭିଡିଓରେ ନସିମ ଶାହା ଏବଂ ଉର୍ବଶୀ ନଜର ଆସିଥିଲେ। ଏହା ପରଠାରୁ ଦୁହିଁଙ୍କ ନାମରେ ଚର୍ଚ୍ଚା ଚାଲିଛି। ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।

ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପରେ ନସିମ ଏବଂ ଉର୍ବଶୀଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଏବେ ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଯେତେବେଳେ ନସିମ ଏବଂ ଉର୍ବଶୀଙ୍କ ନାଁକୁ ଯୋଡି ଚର୍ଚ୍ଚା ହେଉଥିଲା, ଏହି ପ୍ରଶ୍ନର ଉତ୍ତରରେ ନାସିମ ଏକ ସାକ୍ଷାତକାରରେ କହିଥିଲେ ଯେ ଉର୍ବଶୀ କିଏ, ସେ ଜାଣନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ନସିମଙ୍କ ଇନଷ୍ଟାଗ୍ରାମ ଫଲୋୟର ତାଲିକାରେ କିଛି ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଉର୍ବଶୀଙ୍କୁ ଜାଣିନଥିବା ନସିମ କେମିତି ତାଙ୍କୁ ଫଲୋ କରୁଥିଲେ ଆଉ ଏବେ କଥା ପ୍ରଘଟ ହେବା ପରେ ଅନଫଲୋ କରିଛନ୍ତି, ତାହାର ସ୍କ୍ରିନସଟ୍‌ ଫ୍ୟାନ୍ସ ରଖିଛନ୍ତି। ଏହି ସ୍କ୍ରିନସଟ୍‌କୁ ନେଇ ଫ୍ୟାନ୍ସ ଉଭୟଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।
୪ ସେପ୍ଟେମ୍ବରରେ ଉର୍ବଶୀ ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ । ମ୍ୟାଚ୍ ପରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନାସିମଙ୍କ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନାସିମ ହସୁଥିବା ଦେଖିବାକୁ ମିଳିଥିଲା । ଯେତେବେଳେ ଉର୍ବଶୀ ତାଙ୍କୁ ଦେଖି ଟିକେ ଲାଜେଇ ଯାଇଥିଲେ ।

ଏହି ଭିଡିଓ ସେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ମିମ୍ସ ଦେଖିବାକୁ ମିଳିଥିଲା। ପୂର୍ବରୁ ଉର୍ବଶୀ ଏବଂ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ନସିମ ଶାହାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମ୍ୟାଚରେ ଭାରତକୁ ୫ ଓ୍ଵିକେଟରେ ହରାଇ ମ୍ୟାଚ ଜିତିଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା ଭାରତ। ତେବେ ୧୮୨ ରନ ଲକ୍ଷ୍ୟକୁ ପିଛା କରି ମାତ୍ର ୫ ଓ୍ଵିକେଟ ହରାଇ ବିଜୟ ହାସିଲ କରିଥିଲା ପାକିସ୍ତାନ।

Also Read : ନୂଆ ଜର୍ସିରେ ଟି-୨୦ ବିଶ୍ୱକପ ଖେଳିବ ଟିମ୍‌ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦ୍ଦିକଙ୍କ ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.