ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରିଲେ, ଜାଭେଲିନ୍‌ ଥ୍ରୋରେ ଭାରତର ପଦକ ଆଶା ମଉଳିଲା

ଚାମ୍ପିୟନ ଜାଭେଲିନ୍‌ ଆଥ୍‌ଲେଟ ନୀରଜ ଚୋପ୍ରା ଆଘାତଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରି ଯାଇଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ର ଫାଇନାଲ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିକି ନାହିଁ, ସେ ନେଇ କଳ୍ପନାଜଳ୍ପନା ପୂର୍ବରୁ ହିଁ ଲାଗି ରହିଥିଲା।

ନୀରଜ ଚୋପ୍ରା ଯଦିଓ ଆଶା କରୁଥିଲେ କି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ, ହେଲେ ଆଘାତ କାରଣରୁ ତାଙ୍କୁ ଏଥିରୁ ବାହାରିବାକୁ ପଡ଼ିଛି।

କହି ରଖୁଛୁ, ବର୍ମିଂହମ୍‌ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାଭେଲିନ୍‌ ଥ୍ରୋ ଅଗଷ୍ଟ ୫ରୁ ଆରମ୍ଭ ହେବ। ଏହାର ଫାଇନାଲ ଅଗଷ୍ଟ ୭ରେ ଖେଳାଯିବ। ୫ ଅଗଷ୍ଟରୁ ପୁରୁଷ ଜାଭେଲିନ୍‌ ଥ୍ରୋରେ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡ ଖେଳା ଯିବାକୁ ଥିବାବେଳେ ୭ରେ ଫାଇନାଲ ଅନୁଷ୍ଠିତ ହେବ। କିନ୍ତୁ ନୀରଜ ଚୋପ୍ରା ଏଥିରୁ ବାଦ୍‌ ପଡ଼ିଥିବାରୁ ଜାଭେଲିନ୍‌ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିବାର ଆଶା ମଉଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.