ନ୍ୟୁଜିଲାଣ୍ଡ ଘୋଷଣା କଲା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଟିମ୍ , ସପ୍ତମ ଥର ପାଇଁ ଓ୍ୱାର୍ଲଡ୍‌ କପ୍ ଖେଳିବେ ମାର୍ଟିନ ଗପଟିଲ୍‌

କେନ୍ୟୁଜ୍: ଏଥର ଅକ୍ଟୋବର ୧୬ରୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍। ଏହାରି ଭିତରେ ନ୍ଯୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ପୂର୍ବ ବିଶ୍ୱକପ ଖେଳିବା ଥିବା ଟିମ୍‌ରେ ବିଶେଷ ଅଦଳ ବଦଳ ହୋଇନାହିଁ। ଟିମରେ ୩୫ ବର୍ଷୀୟ ମାର୍ଟିନ ଗପଟିଲ୍‌୍‌ଙ୍କୁ ବି ସ୍ଥାନ ମିଳିଛି । ମାର୍ଟିନ ଏଥର ସପ୍ତମ ଥର ପାଇଁ ବିଶ୍ୱକପ ଖେଳିବେ ଏବଂ କେନ୍‌ ଓ୍ଵିଲିଅମସନଙ୍କ ନେତୃତ୍ୱରେ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବ ନ୍ୟୁଜିଲାଣ୍ଡ । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ୧୬ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ବେଳେ ୧୩ ନଭେମ୍ବରରେ ଫାଇନାଲ ଖେଳାଯିବ।

୨୦୨୧ ଦଳରେ ନ୍ୟୁଜିଲାଣ୍ଡ ମାତ୍ର ୩ଟି ବଡ ଅଦଳ ବଦଳ କରିଛି। ବାକି ଟିମରେ ଯାହା ଥିଲା ସେହିଭଳି ରହିଛି । ସେଣ୍ଟ୍ରାଲ ଚୁକ୍ତିକୁ ମନା କରିଥିବା ଟ୍ରେଣ୍ଟ ବୋଲଟ୍‌ ଓ ଜିମ୍ମି ନିସମ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।

ବିଶ୍ୱକପ ପୂର୍ବରୁ ନ୍ଯୁଜିଲାଣ୍ଡ ଦଳ ଏକ ଘରୋଇ ସିରିଜ ଖେଳିବାକୁ ଯାଉଛି । ଏହି ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ନ୍ୟୁଜିଲାଣ୍ଡ ସହ ପାକିସ୍ତାନ ଏବଂ ବାଂଲାଦେଶ ଖେଳିବେ । ଏହି ସିରିଜ ଅକ୍ଟୋବର ୭ରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ବିଶ୍ଵକପରେ କିୱି ଦଳ ନିଜର ୨ଟି ଅଭ୍ୟାସ ମ୍ୟାଚ ଖେଳିବା ପରେ ୧୭ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଏବଂ ଅକ୍ଟୋବର ୧୯ରେ ଭାରତ ସହିତ ମ୍ଯାଚ୍ ଖେଳିବ।

ନ୍ଯୁଜିଲାଣ୍ଡ ବିଶ୍ୱକପ୍‌ ଦଳ

କେନ ଉଇଲିଅମସନ (ଅଧିନାୟକ), ଟିମ ସାଉଦି, ଈଶ ଶୋଢି, ମିଚେଲ ସାଣ୍ଟନର, ଗ୍ଲେନ ଫିଲିପ୍ସ, ଜିମି ନିସମ, ଡାରିଲ ମିଚେଲ, ଆଡାମ ମିଲନି, ମାର୍ଟିନ ଗପଟିଲ, ଲାକନ ଫର୍ଗୁସନ, ଡେବନ କନୱେ (ଉଇକେଟ କିପର), ମାର୍କ ଚାପମାନ, ମାଇକେଲ ବ୍ରେସେଓ୍ଵଲ, ଟ୍ରେଣ୍ଟ ବୋଲ୍ଟ ଏବଂ ଫିନ ଏଲେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.