ଭାରତ-ଇଂଲଣ୍ଡ ସିରିଜ ଉପରେ ଅଷ୍ଟ୍ରେଲିଆର ନଜର, World Test Championship ଦ୍ବିତୀୟ ସ୍ଥାନ ପାଇଁ ହେବ କଡ଼ା ଟକ୍କର

ମହାମାରୀ କରୋନା ସଂକ୍ରମଣ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ ରଦ୍ଦ କରିବା ସହ ବିଶ୍ବ ଟେଷ୍ଟ ଚାମ୍ପିଅନସିପରୁ ଆଉଟ ହେବା ଭୟଦେଖାଦେଇଛି। ତେଣୁକରି ଅଷ୍ଟ୍ରେଲିଆର ନଜର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଉପରେ ରହିଛି। ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ରୂପକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାର କ୍ରିକେଟ ଟିମର ଯାତ୍ରା ଉପରେ ରୋକ ଲଗାଯାଇଛି। ଯାହାଫଳରେ ଦିକ୍ଷଣ ଆଫ୍ରିକା ଅଷ୍ଟ୍ରେଲିଆ ସିରିଜ ବାତିଲ ହୋଇଛି।

ଏହି ସିରିଜ ରଦ୍ଦ ହେବା ଫଳରେ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ନିଜ ସ୍ଥାନ ପକ୍କା କରିବା ପାଇଁ ଟିମ୍ ଇଣ୍ଡିଆକୁ ଆହୁରି ସହଜ ହୋଇଗଲା। ଅପରପକ୍ଷେ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଛି।

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜରେ ଯଦି ଟିମ୍ ଇଣ୍ଡିଆ ୨-୦, ୨-୧, ୩-୦, ୩-୧, ୪-୦ରେ ବିଜୟୀ ହୁଏ ତେବେ ଭାରତୀୟ ଦଳ ଫାଇନାଲ ମ୍ୟାଚ୍ ଖେଳିବ। ସେହିପରି ଯଦି ଇଂଲଣ୍ଡ ଟିମ୍ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୩-୦, ୩-୧, ୪-୦ରେ ସିରିଜ ବିଜୟୀ ହୁଏ ତେବେ ଇଂଲଣ୍ଡ ଦଳ ଫାଇନାଲ ମୁକାବିଲା ଖେଳି ପାରିବ। ଯଦି ଭାରତ ୧-୦ ରେ ବିଜୟୀ ହୁଏ ତେବେ ଅଷ୍ଟ୍ରେଲିଆ ଦଳ ଫାଇନାଲ ମୁକାବିଲା ଖେଳି ପାରିବ। ସେହିପରି ଇଂଲଣ୍ଡ ଦଳ ୧-୦, ୨-୦, ୨-୧ରେ ବିଜୟୀ ହୁଏ ତେବେ ମଧ୍ୟ ଅଷ୍ଟ୍ରେଲିଆ ଦଳ ଫାଇନାଲ ମୁକାବିଲା ଖେଳି ପାରିବ।

ତେବେ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ସହ କେଉଁ ଟିମ୍ ଖେଳିବ ତାହା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଫଳାଫଳ ଉପରେ ନିର୍ଭର କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.