ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ, ୭ ଓ୍ଵିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ନ୍ୟୁଜିଲାଣ୍ଡଠାରୁ ୭ ଓ୍ଵିକେଟ୍‌ରେ ହାରିଲା ଭାରତ । ଏହି ବିଜୟ ସହ ଦୁଇ ଟିକିଆ ସିରିଜ୍‌କୁ ୦-୨ରେ ହାଇଟ୍‌ଓ୍ଵାସ୍‌ କରିଛି ନ୍ୟୁଜିଲାଣ୍ଡ । ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ଓ୍ଵିକେଟ୍‌ରେ ହାରିଥିଲା । ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତ ଟି-୨୦ ସିରିଜ୍‌କୁ ୫-୦ରେ ଜିତିଥିଲା । ଏହା ପରେ ଦିନିକିଆକୁ ୦-୩ ଓ ଟେଷ୍ଟକୁ ୦-୨ରେ ଜିତି ନେଇଛି ଘରୋଇ ଦଳ ।

batଦ୍ୱିତୀୟ ଟେଷ୍ଟରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିଲା । ଦଳ ପାଇଁ ହନୁମା ବିହାରୀ ସର୍ବାଧିକ ୫୫ ରନ୍‌ କରିଥିଲେ । ଏହାର ଜବାବରେ ଭାରତୀୟ ବୋଲର ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ୨୩୫ ରନ୍‌ରେ ଅଲଆଉଟ୍‌ କରିଥିଲେ । ଫଳରେ ଭାରତ ୭ ରନ୍‌ରେ ଆଗୁଆ ଥିଲା । ହେଲେ ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୨୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ୧୩୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ନ୍ୟୁଜିଲାଣ୍ଡ ତିନି ଓ୍ଵିକେଟ୍‌ ହରାଇ ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.