ଦୁର୍ଘଟଣା ଯୋଗୁଁ କାଟିବାକୁ ପଡିଲା ଗୋଡର ୩ଟି ଆଙ୍ଗୁଠି, ତଥାପି ପଡିଆରେ କରନ୍ତି ଛକା ବର୍ଷା

ନ୍ୟୁଜିଲାଣ୍ଡ ଷ୍ଟାର ବ୍ୟାଟସମ୍ୟାନ ମାର୍ଟିନ ଗପଟିଲ। ତାଙ୍କୁ କେବେ ବି ଅନ୍ତରାଷ୍ଟ୍ରୀୟ ଖେଳାଳି ଭାବେ ସମ୍ମାନ ମିଳିନି। କିନ୍ତୁ ତାଙ୍କ ପ୍ରଦର୍ଶନ ସବୁବେଳେ ବଡ ମ୍ୟାଚରେ ଖାସ୍‌ ରହିଥାଏ। ଏହି ଡାହାଣ ହାତୀ ବ୍ୟାଟସମ୍ୟାନ୍‌ ମାର୍ଟିନ ଗପଟିଲ ୨୦୦୯ରେ ନ୍ୟୁଜିଲାଣ୍ଡ ପାଇଁ ଡେବ୍ୟୁ କରିଥିଲେ। ଗତ ୧୩ ବର୍ଷରେ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।

ଗପଟିଲ୍‌ ବ୍ୟାଟିଂ କରି ଅନେକ ରେକର୍ଡ କରିଛନ୍ତି। ୨୦୧୫ରେ ବିଶ୍ୱକପ୍‌ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ୨୩୭(ଅପରାଜିତ) ରନ୍‌ କରିଥିଲେ। ଯାହା ବିଶ୍ୱକପରେ ସବୁଠାରୁ ବଡ ସ୍କୋର ।

ଗପଟିଲ୍‌ ଏହାଛଡା ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ୩୪୯୭ ଏବଂ ସବୁଠାରୁ ଅଧିକ ଛକା ୧୭୨ ମାରିଥିବା ବ୍ୟାଟସମ୍ୟାନ୍‌। ଏହି ମାମଲାରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଚ୍ୟାଲେଞ୍ଜ ଦେଇଥାନ୍ତି। ଗପଟିଲ ନିଜ କ୍ୟାରିଅରରେ ଯାହା ବି ଉପଲବ୍ଧ କରିଛନ୍ତି, ତାହା ବହୁତ ଖାସ୍‌ ରହିଛି। ଗପଟିଲଙ୍କ ବାମ ଗୋଡରେ ୩ ଆଙ୍ଗୁଠି ନାହିଁ। କେବଳ ୧୩ ବର୍ଷ ବୟସରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁଥି ପାଇଁ ତାଙ୍କର ୩ଟି ଆଙ୍ଗୁଠି କାଟିବାକୁ ପଡିଥିଲା। ଏହାସତ୍ତ୍ୱେ ମଧ୍ୟ ନିଜ ଜୀବନରେ କେବେ ବି ହାର ମାନିନାହାନ୍ତି।

ଗପଟିଲ କେବଳ ଭଲ ବ୍ୟାଟସମ୍ୟାନ୍‌ ନୁହେଁ ବରଂ ଜଣେ ଜବରଦସ୍ତ ଫିଲ୍ଡର ଭାବେ ଜଣାଶୁଣା। ଭାରତୀୟ ଫ୍ୟାନ୍ସ ଏହା ଭଲଭାବେ ଜାଣିଥିବେ। ୨୦୧୯ ବିଶ୍ୱକପର ସେମିଫାଇନାଲରେ ଗପଟିଲ ଏକ ସିକ୍ରେଟ ଥ୍ରୋ କରି ଧୋନିଙ୍କୁ ରନ୍‌ ଆଉଟ କରି ଭାରତକୁ ଫାଇନାଲକୁ ଯିବାକୁ ବଞ୍ଚିତ କରିଥିଲେ।

ସୂଚନାଯୋଗ୍ୟ, ଏଥର ଅକ୍ଟୋବର ୧୬ରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ୍। ଏହାରି ଭିତରେ ନ୍ଯୁଜିଲାଣ୍ଡ ତାର ଦଳ ଘୋଷଣା କରିଛି। ଦଳରେ ପୂର୍ବ ବିଶ୍ୱକପ ଖେଳିବା ଥିବା ଟିମ୍‌ରେ ବିଶେଷ ଅଦଳ ବଦଳ ହୋଇନାହିଁ। ଟିମରେ ୩୫ ବର୍ଷୀୟ ମାର୍ଟିନ ଗପଟିଲଙ୍କୁ ବି ସ୍ଥାନ ମିଳିଛି । ମାର୍ଟିନ ଏଥର ସପ୍ତମ ଥର ପାଇଁ ବିଶ୍ୱକପ ଖେଳିବେ ଏବଂ କେନ୍‌ ଓ୍ଵିଲିଅମସନଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ନ୍ୟୁଜିଲାଣ୍ଡ । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ୧୬ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ବେଳେ ୧୩ ନଭେମ୍ବରରେ ଫାଇନାଲ ଖେଳାଯିବ।

Also Read : ଟି-୨୦ ବିଶ୍ୱକପରେ ବୁମରାଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସିରାଜ, ବିସିସିଆଇ ନେଲା ନିଷ୍ପତ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.