ଉପଅଧିନାୟକ ଖୋଜା ଶେଷ, ରୋହିତଙ୍କ ସ୍ଥାନ ନେଲେ ରାହୁଲ

କେନ୍ୟୁଜ ଓଡିଶା: ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ରାହୁଲ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ରାହୁଲ ଏବେ ଆହତ ରୋହିତଙ୍କ ସ୍ଥାନ ନେବେ । ତାଙ୍କ ଅନୁପସ୍ଥିତିରେ ଦଳ ସମ୍ଭାଳିବେ ରାହୁଲ ।
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ଦଳର ଦାୟିତ୍ୱ ହ୍ରହଣ କରିବା ସହିତ ଏହି ସିରିଜରେ ତାଙ୍କ ନିଜ ପରଫରମାନ୍ସଙ୍କୁ ଗ୍ରୋ କରିବାକୁ ମଧ୍ୟ ସୁଯୋଗ ପାଇବେ । ପ୍ରଥମ ଟେଷ୍ଟ ମ୍ୟାଚ ୨୬ ଡିସେମ୍ବରରେ ସେଞ୍ଚୁରିଆନରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କ ହାମଷ୍ଟ୍ରିଂ ଆଘାତ ଯୋଗୁଁ ଭାରତ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ଓପନର ଭାବରେ ରୋହିତଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । କିନ୍ତୁ ସେ ଆହତ ହୋଇଥିଲେ । ରୋହିତ ଶର୍ମାଙ୍କୁ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଉପଅଦିନାୟକ ଭାବରେ ମନୋନୀତ କରାଯାଇଥିବା ବେଲେ ଏବେ ରୋହିତଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି ।

ଭାରତୀୟ ଟିମ ମ୍ୟାନେଜମେଣ୍ଟ କେଏଲ ରାହୁଲଙ୍କୁ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାଇସ କ୍ୟାପଟେନ ଭାବରେ ନିଯୁକ୍ତି କରିଛନ୍ତି । ଏହାରି ସହ ରୋହିତଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ଓପନର ଭାବରେ ଖେଳିପାରନ୍ତି । ଏପଟେ ରୋହିତଙ୍କ ସ୍ଥାନରେ ପ୍ରିୟଙ୍କ ପଂଚାଲଙ୍କୁ ସୁଯୋଗ ଦେଇଛନ୍ତି ସିଲେକ୍ଟର । ରେହିତଙ୍କୁ ମିଡିଲ ଅର୍ଡର ପ୍ଲେୟାର ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଟେଷ୍ଟ ଟିମର ଉପଅଧିନାୟକ ଓ ବିରାଟ କୋହଲି ସ୍ଥାନରେ ୱାନଡେଓ ଟିଟେ୍ଵଣ୍ଟିର କ୍ୟାପ୍ଟେନସିପର ଭାର ଦିଆୟାଇଛି । ଏପଟେ କେଏଲ ରାହୁଲ ୱାନଡେ ଓ ଟିଟେ୍ଵଣ୍ଟିର ଉପ ଅଧିନାୟକ ପାଇଁ ଦାବେଦାର ଅଟନ୍ତି । ଯଦି ରୋହିତ ୱାନଡେ ସିରିଜ ଯାଏଁ ଫିଟ ହେଉନାହାନ୍ତି ତେବେ ରାହୁଲ କ୍ୟାପଟେନ ହିସାବରେ ପଡିଆକୁ ଓହ୍ଲାଇପାରନ୍ତି ।

ହାମଷ୍ଟ୍ରିଂ ଆଘାତ ହେତୁ ରୋହିତ ଶର୍ମା ୩ସପ୍ତାହ ହେବ ମୈଦାନରୁ ବାହାରେ । ଏବେ ରୋହିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ନିଜ ୱାପସି ପାଇଁ ପ୍ରସ୍ତୁତ ହେଉଛନ୍ତି । କେ ଏଲ ରାହୁଲ ୨୦୧୮ରେ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । କିନ୍ତୁ ସେହି ଭ୍ରମଣରେ ସେ ଟେଷ୍ଟ ସିରିଜରେ ବିଫଳ ହୋଇଥିଲେ । ୨୦୧୮ ଖେଳାଯାଇଥିବା ଟେଷ୍ଟ ସିରିଜରେ ରାହୁଲ ହାରାହାରି ୭.୫୦ରେ ୨ଟି ଟେଷ୍ଟର ୪ଇନିଂସରେ ମାତ୍ର ୩୦ରନ ସଂଗ୍ରହ କରିଥିଲେ ।

ରାହୁଲଙ୍କ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋହିତଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ଗ୍ରହଣ କରିବା ସହିତ ଦକ୍ଷିଣ ଆଫ୍ରିକାରେ ନିଜ ରେକର୍ଡରେ ଉନ୍ନତି ଆଣିବାର ସୁଯୋଗ ପାଇବେ ଏହି ଆଗଧାଡୀର ଖେଲାଳୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.