ଇଂଲଣ୍ଡ, ଭାରତ ଠାରୁ ନେଲା ଟି-୨୦ର ବଦଲା !

ନୂଆଦିଲ୍ଳୀ : ଟି-୨୦ର ପ୍ରତିଶୋଧ ଦିନିକିଆରେ। ତୃତୀୟ ଦିନିକିଆରେ ଭାରତକୁ ୮ ଓ୍ଵିକେଟେରେ ପରାସ୍ତ କରିଛି ଇଂଲଣ୍ଡ । ଫଳରେ ତିନି ଟିକିଆ ସିରିଜକୁ ୨-୧ରେ କବ୍ଜା କରିଛି ଇଂଲଣ୍ଡ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୫୬ ରନ୍ କରିଥିଲା । ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୭୧ ରନ୍ କରିଥିବା ବେଳେ ଧାଓ୍ଵନ ୪୪ ଓ ଧୋନୀ ୪୨ ରନ୍ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ଓ୍ଵିଲି ଓ ରସିଦ୍ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ । ୨୫୭ ରନ୍ର ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ଵିକେଟ୍ ହରାଇ ହାସଲ କରିନେଇଛି ଇଂଲଣ୍ଡ । ଦଳ ପକ୍ଷରୁ ଜୋ ରୁଟ୍ ଶତକ ହାସଲ କରିଥିବା ବେଳେ ମୋରଗାନ୍ ୮୮ ରନ୍ କରିଥିଲେ । ଆଦିଲ ରସିଦ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିବା ବେଳେ ଜୋ ରୁଟ୍ ମ୍ୟାନ୍ ଅଫ୍ ଦ ସିରିଜ୍ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.