ବିସିସିଆଇକୁ ଚ୍ୟାଲେଞ୍ଜ କରିବ ପାକିସ୍ତାନ କ୍ରିକେଟ ବୋର୍ଡ, ଆଇସିସି ସାମ୍ନାରେ ଉଠାଇବ ଆଇପିଏଲ୍‌ ପ୍ରସଙ୍ଗ

ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଦେଇଛି। ଆଇପିଏଲ୍‌ ଭଳି ଆଇସିସି ଫ୍ୟୁଚର ଗୁରସ ପ୍ରୋଗାମକୁ ମାତ୍ର ଅଢେଇ ମାସ ସମୟ ମିଳୁଛି। ଯାହାକୁ ଦେଇ ପାକିସ୍ତାନ କ୍ରିକେଟ ବୋର୍ଡ ସ୍ୱର ଉତ୍ତୋଳନ କରିଛି। ୨୦୧୪ରେ ଆଇପିଏଲ୍‌ ୮ଟି ଟିମ୍‌ ଖେଳୁଥିଲା। ଏବେ ଆଉ ଦୁଇଟି ଟିମ୍‌ ଚଳିତବର୍ଷ ଖେଳିବା ପରେ ମ୍ୟାଚ ସଂଖ୍ୟା ମଧ୍ୟ ବଢିଯାଇଛି। ତେଣୁ ଆଇପିଏଲ୍‌ ୫୦ ଦିନରୁ ବଢି ଏବେ ୨ ମାସ ଧରି ଚାଲୁଛି।

ନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ ଯେ, ଆସନ୍ତା ବର୍ଷ ଆଇପିଏଲ ଅଢେଇ ମାସ ଧରି ଚାଲିବ । ଏଥିପାଇଁ ଆଇସିସିର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ ଅଢେଇ ମାସ ପ୍ରଭାବିତ ହୋଇପାରେ ।

ଏବେ ଜୟ ଶାହଙ୍କ ଏହି ଯୋଜନାକୁ ଆଇସିସିରେ ଚ୍ୟାଲେଞ୍ଜ୍ ଦେବାକୁ କସରତ ଆରମ୍ଭ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ବୋର୍ଡ ମୁଖ୍ୟ ରମିଜ ରାଜା କହିଛନ୍ତି ଯେ, ଏବେ ସୁଦ୍ଧା ଆଇପିଏଲ ସମୟ ବଢାଇବା ପାଇଁ ସମୟ ଚୂଡାନ୍ତ ହୋଇନି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବିଶ୍ୱ କ୍ରିକେଟରେ ଏପରି କିଛି ହେଉଛି ତେବେ ପାକିସ୍ତାନକୁ ହେୟଜ୍ଞାନ କାହିଁକି କରାଯାଉଛି । ଏହାକୁ ସେମାନେ ଜୋରଦାର ଚ୍ୟାଲେଞ୍ଜ କରିବେ । ଆଇସିସିରେ ନିଜର ମତକୁ ଦୃଢ ଭାବେ ପରିବେଷଣ କରିବେ ।

BCCI

ରମିଜ୍ କହିଛନ୍ତି ଯେ, ପାକିସ୍ତାନ ଟିମ୍ ଇଣ୍ଡିଆ ସହ କ୍ରିକେଟ୍ ଖେଳିବାକୁ ଇଚ୍ଛୁକ ରହିଛି । ଏ ପ୍ରସଙ୍ଗରେ ସେ ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଛନ୍ତି । ଏବେ ଦେଶର ତିନିଜଣ ପୂର୍ବତନ କ୍ରିକେଟର ବୋର୍ଡ ସମ୍ଭାଳୁଛନ୍ତି । ଯଦି ସେମାନେ ମ୍ୟାଚ୍ ଆୟୋଜନ କରିପାରିବେ ନାହିଁ ତେବେ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତା’ଛଡା ଆଇପିଏଲ୍‌ ସମୟରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଯଦି ସେ ଭାରତ ଆସିଥାନ୍ତେ, ତେବେ ପ୍ରଶଂସକ ମାନେ କ୍ଷମା କରିନଥାନ୍ତେ, ତେଣୁ ସେ ଆଇପିଏଲ୍‌ ପାଇଁ ଭାରତ ଆସିନଥିଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.