ବିଚ୍ ଆକାଶରେ ଲାଗିଲା ବିମାନରେ ନିଆଁ : ଅଳ୍ପକେ ବର୍ତ୍ତିଲେ ସାଉଦିଆରବ ଫୁଟବଲ ଟିମ୍

ମସ୍କୋ : ସୋମାବାର ଋୁଷ ଫିଫା ୱାଲ୍ଡ କପରେ ଭାଗ ନେବାକୁ ଯାଉଥିବା ସମୟରେ ଅଳ୍ପକେ ମରଣ ମୁହଁରୁ ବଞ୍ଚିଛନ୍ତି ଟିମ୍ ସାଉଦିଆରବ । ଟିମ୍ ସେଣ୍ଟ ପିଟର୍ସବର୍ଗ ଠାରୁ ରେସ୍ତୋବା ପାଇଁ ଯାଉଥିବା ସମୟରେ ଆକାଶ ମଝିରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ତେବେ ଏୟାରଲାଇନ୍ସ କର୍ମଚାରୀ ଖେଳାଳୀ ମାନଙ୍କର ସୁରକ୍ଷିତ ଅବତରଣ କରିବା ସହ ସମସ୍ତ ଖେଳାଳୀ ଠିକ୍ ରହିଥିବା ଜଣାପଡ଼ିଛି। ଘଟଣା ସମ୍ବନ୍ଧୀୟ ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ମଧ୍ୟ ଦେଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ , ସେଣ୍ଟ ପିଟର୍ସବର୍ଗ ଠାରୁ ରେସ୍ତୋବାକୁ ବିମାନ ଯୋଗେ ଯାଉଥିବା ସମୟରେ ହଠାତ୍ କୌଣସି ଯାନ୍ତ୍ରିକ ଅସୁବିଧା କରାଣରୁ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । କିନ୍ତୁ ଘଟଣା ସ୍ଥଳରେ ବିମାନ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତ ଖେଳାଳୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି। ଏହା ବିଷୟରେ ସାଉଦି ଆନ୍ତର୍ଜାତୀକ ଫୁଟବଲ ଟିମ୍ କହିଛନ୍ତି , ଉଡ଼ାଣ ସମୟରେ ବିମାନରେ ଯାନ୍ତ୍ରିକ ଅସୁବିଧା ଆସିଥିଲେ ମଧ୍ୟ ଖେଳାଳୀଙ୍କୁ ସୁରକ୍ଷିତ ଅବତରଣ କରାଯିବା ସହ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ସାଧାରଣ ରହିଛି।


video courtesy : ABPnews

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.