କୋଚ ରାହୁଲ ଦ୍ରାବିଡ ସହ ରିଷଭ ପନ୍ତ, ଶ୍ରେୟସ ଆୟର କଲେ ଇଂଲଣ୍ଡ ଟୁର: ରାହୁଲଙ୍କ ସ୍ଥାନରେ ଖେଳିବେ ମୟଙ୍କ

ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ସିରିଜ ପାଇଁ ଭାରତୀୟ ଟିମ୍‌ ଇଂଲଣ୍ଡ ଯାତ୍ରା କରିଛି। କିନ୍ତୁ କୋଚ୍‌ ରାହୁଲ ଦ୍ରାବିଡ, ରିଷଭ ପନ୍ତ ଏବଂ ଶ୍ରେୟସ ଆୟର ଇଂଲଣ୍ଡ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ରିପୋର୍ଟ ମୁତବାକ, ରାହୁଲଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲ ଟିମରେ ସାମିଲ ହେବେ ବୋଲି ବିସିସିଆଇ ସୂଚନା ଦେଇଛି।

ଇଂଲଣ୍ଡ ଟିମ୍‌ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆ ଖେଳାଳି ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସେଠାରେ ଅଭ୍ୟାସ ମ୍ୟାଚ କରୁଥିଲେ। ଏବେ ସାଉଥଆଫ୍ରିକା ସହିତ ଟି-୨୦ ମ୍ୟାଚ ସିରିଜ ଟାଏ ହେବା ପରେ ଟିମ୍‌ କୋଚ ରାହୁଲ ଦ୍ରାବିଡ, ରିଷଭ ପନ୍ତ ଏବଂ ଶ୍ରେୟସ ଆୟର ଇଂଲଣ୍ଡ ଟୁର ପାଇଁ ଯାଇଛନ୍ତି। ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌ ୨୪ ଜୁନରେ ଅଭ୍ୟାସ ମ୍ୟାଚ ଖେଳିବ। ପନ୍ତ ଏବଂ ଆୟର ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳୁଥିଲେ। କିନ୍ତୁ ଏହି ମ୍ୟାଚରେ ବେଶ୍‌ କିଛି କମାଲ କରିପାରିନାହାନ୍ତି ଦୁହେଁ।

ଭାରତୀୟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଟୁର ପାଇଁ ଗୁରୁବାର ଦିନ ପହଞ୍ଚିଯାଇଛନ୍ତି। ଟିମ୍‌ ଇଣ୍ଡିଆ ଜୁଲାଇ ୧ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ। ଗତବର୍ଷ ୫ଟି ଟେଷ୍ଟ ମ୍ୟାଚ ସିରିଜିରେ ଶେଷ ମ୍ୟାଚକୁ କରୋନା ଭାଇରସ କେସ୍‌ ପାଇଁ ରଦ୍ଦ କରିଦିଆଯାଇଥିଲା। ଏବେ ଏହି ମ୍ୟାଚକୁ ଖେଳାଯିବ।

କାର୍ଯ୍ୟସୂଚୀ :

୧ ରୁ ୫ ଜୁଲାଇ: ୫ ଟେଷ୍ଟ

ଟି-୨୦ ସିରିଜ :

ପ୍ରଥମ ଟି-୨୦ : ୭ ଜୁଲାଇ (ଏଜସ ବାଓ୍ଵଲ)
ଦ୍ୱିତୀୟ ଟି-୨୦: ୯ ଜୁଲାଇ (ଏଜବାଷ୍ଟୋନ)
ତୃତୀୟ ଟି-୨୦ : ୧୦ ଜୁଲାଇ (ଟ୍ରେଣ୍ଟ ବ୍ରିଜ)

ଦିନିକିଆ ସିରିଜ:

ପ୍ରଥମ ଦିନିକିଆ: ୧୨ ଜୁଲାଇ (ଓଭାଲ)
ଦ୍ୱିତୀୟ ଦିନିକିଆ: ୧୪ ଜୁଲାଇ (ଲଡ୍ସ)
ତୃତୀୟ ଦିନିକିଆ : ୧୭ ଜୁଲାଇ (ମାଞ୍ଚେଷ୍ଟର)

Leave A Reply

Your email address will not be published.