ଧୋନୀଙ୍କ ୮ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇଲେ ଜାଡେଜା, ଟି-୨୦ ରେ ହାସଲ୍ କଲେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ରେ ବହୁତ ଭଲ ସଫଳତା ହାସଲ କରିଛନ୍ତି। ସୂଚନା ମୁତାବକ ଜାଡେଜା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀଙ୍କ ୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କାନବେରାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ରେ ୭ ନମ୍ବରରେ ବ୍ୟାଟିଂ କରି ଜାଡେଜା ୨୩ ଟି ବଲ୍ ରେ ୪୪ ରନ୍ କରିଥିଲେ। ଏହା ମଧ୍ୟରେ ସେ ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ରିପୋର୍ଟ ଅନୁଯାୟୀ, ଜାଡେଜା ୭ ନମ୍ବରରେ ବ୍ୟାଟିଂ କରି ମଧ୍ୟ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବଶ୍ରେଷ୍ଠ ସ୍କୋର ହାସଲ କରିଥିବା ଭାରତୀୟ ବ୍ୟାଟ୍ସ ମ୍ୟାନ୍ ହୋଇଛନ୍ତି। ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ୍ ଏମ୍ ଏସ୍ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନୀ ଇଂଲଣ୍ଡ ବିପକ୍ଷରେ ୨୦୧୨ ମସିହାରେ ଓ୍ଵାନଖେଡେରେ ୧୮ ବଲ୍ ରେ ୩୮ ରନ୍ କରିଥିଲେ।

rabindra jadejaସିରିଜ୍ ପୂର୍ବ ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରି ୧୬୧/୭ ରନ୍ କରିଥିଲା। ଏହା ବିପକ୍ଷରେ ଅଷ୍ଟ୍ରେଲିଆ ନିର୍ଦ୍ଦାରିତ ୨୦ ଓଭରରେ ୧୫୦/୭ ରନ୍ କରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ଯୁଜବେନ୍ଦ୍ର ଚହଲ୍ ବ୍ୟାଟିଂ କରି ୪ ଓଭର୍ ରେ ୨୫ ରନ୍ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ପ୍ରଦର୍ଶନୀପାଇଁ ୧୨ତମ ଖେଳାଳି ଯୁଜବେନ୍ଦ୍ର ଚହଲ୍ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା।

ସୂଚନା ମୁତାବକ, ଟିମ୍ ଇଣ୍ଡିଆର ଏହି ବିଜୟରେ କେଏଲ୍ ରାହୁଲ (୫୧ ରନ୍), ରବିନ୍ଦ୍ର ଜାଡେଜା (୪୪ ରନ୍), ଯୁଜୁବେନ୍ଦ୍ର ଚହଲ୍ ଏବଂ ଟି ନଟରାଜନ (୩ ଓ୍ଵିକେଟ୍) ହାସଲ କରିଥିଲେ। ବର୍ତ୍ତମାନ ଦୁଇ ଟିମ୍ ମଧ୍ୟରେ ଦ୍ୱିତୀୟ ଟି-୨୦ ଆସନ୍ତାକାଲି ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.