ପଡିଆରେ ଚିତା ଭଳି ଦୌଡୁଥିବା ରବିନ୍ଦ୍ର ଜାଡେଜା ପାଦ ତଳେ ଦେବାକୁ ଭୟ କରୁଛନ୍ତି, ଚାଲିବା ବେଳେ ଥରୁଛି ଗୋଡ: ଭିଡିଓ ଭାଇରଲ

ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ରବିନ୍ଦ୍ର ଜାଡେଜା ଧିରେ ଧିରେ ଚାଲିବାକୁ ଚେଷ୍ଟା କରୁଥିବାର ନଜର ଆସିଛନ୍ତି। କ୍ରିକେଟ ମଇଦାନରେ ଚିତା ଭଳି ଦୌଡୁଥିବା ଜାଡେଜା ପାଦ ତଳେ ଦେବାକୁ ଡରୁଛନ୍ତି। ତାଙ୍କର ପାଦ ଥରୁଛି। ସେୟାର କରିଥିବା ଭିଡିଓରେ ରବିନ୍ଦ୍ର ଜାଡେଜା ଧଳା ରଙ୍ଗର ଟି ସାର୍ଟ ସହିତ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଡାହାଣ ଆଣ୍ଠୁରେ ବ୍ୟାଣ୍ଡେଜ ହୋଇଥିବା ଦେଖିବାକୁ ମିଳିଛି।

ଜାଡେଜା ଏବେ ବାଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟାରେ ଅଛନ୍ତି। ନିକଟରେ ଆଣ୍ଠୁ ସର୍ଜରୀ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଖେଳିନଥିଲେ। ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଏସିଆ କପ୍‌ ୨୦୨୨ରୁ ବାଦ୍‌ ପଡିଥିଲେ ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଏସିଆ କପ୍‌ରୁ ବାଦ୍‌ ପଡିବା ପରେ ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। ଅକ୍ଷର ପଟେଲଙ୍କୁ ଏସିଆ କପ୍‌ ୨୦୨୨ରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମ୍‌ରେ ଜାଗା ମିଳିଥିଲା।

ସୂଚନାଯୋଗ୍ୟ, ଏସିଆ କପ ୨୦୨୨ରେ ପାକିସ୍ତାନ ଏବଂ ହଂକଂ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ ରବିନ୍ଦ୍ର ଜାଡେଜା। ଅଲରାଉଣ୍ଡର ଭାବେ ପଡିଆରେ ଓହ୍ଲାଇଲେ ଭୟ କରନ୍ତି ବିପକ୍ଷ ଟିମ୍‌। ଜାଡେଜାଙ୍କ ଉପସ୍ଥିତି ଯୋଗୁଁ ଅଧିନାୟକ ଏବଂ କୋଚଙ୍କର ଅନେକ ସମସ୍ୟା ସାମାଧାନ ହୁଏ। ହେଲେ ତାଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ବହୁତ କ୍ଷତି ଦେଇଥାଏ।

ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାଡେଜା। ଜାଡେଜା ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା।  ତେବେ ପାକିସ୍ତାନ ସହିତ ଖେଳିବା ବେଳେ ଜାଡେଜା ୨ ଓଭର ବୋଲିଂ କରି ମାତ୍ର ୧୧ ରନ୍‌ ଦେଇଥିଲେ। ସେହିପରି ହଂକଂ ବିପକ୍ଷରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିନଥିଲା। ଏହି ସମୟରେ ମଧ୍ୟ ୪ ଓଭର ବୋଲିଂ କରି ମାତ୍ର ୧୫ ରନ୍‌ ଦେଇଥିଲେ ଜାଡେଜା।

Also Read : ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ଵାର୍ଡରେ ସାମିଲ ହୋଇନାହାନ୍ତି ସଞ୍ଜୁ ସାମସନ, ହେଲେ ଷ୍ଟାଡିୟମ ବାହାରେ ଫ୍ୟାନ୍ସ ଚିଲାଉଛନ୍ତି ସଞ୍ଜୁ ସଞ୍ଜୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.