ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟକା, ଦଳରୁ ବାଦ ପଡିଲେ ମହମ୍ମଦ ସାମୀ

କେନ୍ୟୁଜ୍(ବ୍ୟୁରୋ ): ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଶକ୍ତ ଝଟକା । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ କୋଭିଡରେ ସଂକ୍ରମିତ ଥିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଛନ୍ତି। ଲମ୍ବା ବ୍ୟବଧାନ ପରେ ସାମୀ ଭାରତୀୟ ଟି-ଟ୍ୱେଣ୍ଟି ଦଳକୁ ଫେରିଥିଲେ । ଏହା ପୂର୍ବରୁ ସାମୀ ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଗତ ବର୍ଷ ୱାର୍ଲଡ କପରେ ଖେଳିଥିଲେ । ସେପ୍ଟେମ୍ବର ୨୦ ରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସାମୀଙ୍କ ଖେଳିବା ନେଇ ଏକପ୍ରକାର ସ୍ଥିର ହୋଇସାରିଥିଲା ଏବଂ କରୋନା ପଜିଟିଭ କାରଣରୁ ମୋହାଲି ସିରିଜରୁ ମଧ୍ୟ ବାଦ ପଡ଼ିଛନ୍ତି ।

ବିସିସିଆଇର ଏକ ସୂତ୍ରରୁ ଖବର ମିଳିଛି , “ମହମ୍ମଦ ସାମୀଙ୍କର ସବୁ ପ୍ରକାର ପରୀକ୍ଷଣ ସରିଛି, ଚିନ୍ତା କରିବାର କିଛି ନାହିଁ । ସବୁ ପ୍ରକାର ପରୀକ୍ଷଣ ପରେ ସେ ପୁଣି ଟିମରେ ଯୋଗ ଦେଇପାରିବେ। ଆମେ ଆଶା କରିପାରିବା ସାଉଥ ଆଫ୍ରିକା ସିରିଜ ପୂର୍ବରୁ ସେ ଫିଟ ହୋଇଯିବେ । ସାଉଥ ଆଫ୍ରିକା ସିରିଜ ପାଇଁ ଆହୁରି ୧୦ ଦିନ ବାକି ଅଛି । ମହମ୍ମଦ ସାମୀଙ୍କ ବଦଳରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଉମେଶ ଯାଦବ । ସେ ଆହତ କାରଣରୁ ଦଳରୁ ବାଦ ପଡ଼ିଥିଲେ, କିନ୍ତୁ ସେ ଏବେ ଫିଟ ଅଛନ୍ତି ଏବଂ ଦଳରେ ଖେଳିପାରିବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.