ଫ୍ୟାନ୍ସଙ୍କ ଭିଡ ଦେଖି ଚିନ୍ତାରେ ପଡିଗଲେ ରୋହିତ, ରେଷ୍ଟୁରାଣ୍ଟରୁ ନ ବାହାରିବାକୁ ସୁରକ୍ଷାକର୍ମୀ ଦେଲେ ପରାମର୍ଶ

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଫ୍ୟାନ୍ସ ଅନେକ ରହିଛନ୍ତି। ତାଙ୍କୁ ଦେଖା ହେବା ପାଇଁ ଫ୍ୟାନ୍ସ ହଜାର ହଜାର ଅନେକ ଦୂରରୁ ମ୍ୟାଚ ଦେଖିବା ପାଇଁ ଆସିଥାନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିବା ପରେ ଆପଣ ତାଙ୍କ ଫ୍ୟାନ୍ସଙ୍କ ବିଷୟରେ ଅନ୍ଦାଜା ଲଗାଇପାରିବେ। ଆଉ ଖାସ୍‌ ଏଥିପାଇଁ କିଛି ସମୟ ପାଇଁ ହଇରାଣ ହୋଇଛନ୍ତି ରୋହିତ ଶର୍ମା। ଫ୍ୟାନ୍ସ ରୋହିତଙ୍କୁ ଦେଖିବା ପାଇଁ ରାସ୍ତା ଜାମ୍‌ କରିଥିବା ଜଣାପଡିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ସୂଚନା ଅନୁସାରେ, ରୋହିତ ଶର୍ମା ନିଜ ସାଙ୍ଗଙ୍କ ସହିତ ଦେଖାହେବା ପାଇଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଆଉ ଏହି ଖବର ଫ୍ୟାନ୍ସ ଜାଣିବା ପରେ ହଜାର ହଜାର ମାତ୍ରାରେ ରେଷ୍ଟୁରାଣ୍ଟ ବାହାରେ ଜମା ହୋଇଯାଇଥିଲେ। ଏଥିପାଇଁ ରାସ୍ତା ମଧ୍ୟ ଜାମ୍‌ ହୋଇଯାଇଥିଲା। ଟ୍ରାଫିକ ଜାମ୍‌ ଯୋଗୁଁ କାର ଏବଂ ବସ୍‌ ଫସିଯାଇଥିଲା। ଆଉ ଯେତେବେଳେ ରୋହିତ ଶର୍ମା ରେଷ୍ଟୁରାଣ୍ଟରୁ ବାହାରିଥିଲେ ତେବେ ବେଳର ଦୃଶ୍ୟ ବିଷୟରେ ନ କହିଲେ ଚଳେ। ଏଭଳି ଭିଡ ଦେଖି ରୋହିତଙ୍କ ସହିତ ଆସିଥିବା ସୁରକ୍ଷାକର୍ମୀ ତାଙ୍କୁ ଭିତରେ ରହିବାକୁ କହିଥିଲେ।

ଆଉ ରୋହିତ ଶର୍ମା ଏଭଳି ଭିଡ ଦେଖି କିଛି ସମୟ ଚିନ୍ତାରେ ପଡିଯାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହା ପୂର୍ବରୁ ଅନେକ ଥର ଭାରତୀୟ କ୍ରିକେଟ ଖେଳାଳି ଫ୍ୟାନ୍ସଙ୍କ ଯୋଗୁଁ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି।

Also Read : ଖେଳିବାକୁ ସୁଯୋଗ ମିଳିଲାନି ବୋଲି ମୁମ୍ବାଇ ଛାଡି ଗୋଆ ଟିମ୍‌ରେ ଅର୍ଜୁନ ତେନ୍ଦୁଲକର, ଏନଓସି ପାଇଁ କଲେ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.