ଖେଳୁ ଖେଳୁ କାନ୍ଧ ହାଡ଼ ଖସିଗଲା ରୋହିତ ଶର୍ମାଙ୍କର,ଫିଜିଓ ଆସିବା ପୂର୍ବରୁ ନିଜେ ରଜନୀକାନ୍ତ ଅନ୍ଦାଜରେ କରିଦେଲେ ଠିକ୍‌, ଦେଖନ୍ତୁ ଭିଡିଓ

କ୍ରିକେଟ ମଇଦାନରେ ଖେଳାଳି ଆହତ ହେବା ସାଧାରଣ କଥା। ମ୍ୟାଚ ସମୟରେ ଖେଳାଳି ଆହତ ହେଲେ ଟିମର ଫିଜିଓ ମଇଦାନକୁ ଆସି ଆବଶ୍ୟକତା ହିସାବରେ ଖେଳାଳିଙ୍କର ଚିକିତ୍ସା କରିଥାନ୍ତି। ଯଦି ଅଧିକ ଆହତ ହୋଇଥାନ୍ତି ଖେଳାଳିଙ୍କୁ ଫିଜିଓ ମଇଦାନରୁ ବାହାରକୁ ନେଇଯାଆନ୍ତି। ଏମିତି ଏକ ଘଟଣା ଭାରତ ଏବଂ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଦେଖିବାକୁ ମିଳିଥିଲା।

ଏହି ମ୍ୟାଚରେ ଫିଲ୍ଡିଂ କରିବା ସମୟରେ ରୋହିତ ଶର୍ମାଙ୍କ କାନ୍ଧ ଖସିଯାଇଥିଲା। ଏହି ସମୟରେ ଟିମ୍‌ ଇଣ୍ଡିଆର ଫିଜିଓ ମଇଦାନକୁ ଆସିବା ପୂର୍ବରୁ ରୋହିତ ରଜନୀକାନ୍ତ ଷ୍ଟାଇଲରେ ନିଜ କାନ୍ଧକୁ ଠିକ୍‌ କରିଦେଇଥିଲେ। ରୋହିତଙ୍କ ଏପରି କରିବା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ଫ୍ୟାନ୍ସ ଏବେ ଏହାକୁ ନେଇ କମେଣ୍ଟ ମଧ୍ୟ ଦେଉଛନ୍ତି। ହେଲେ ଓଭର ସରିବା ପରେ ରୋହିତ ଶର୍ମା ଡ୍ରେସିଂ ରୁମକୁ ଯାଇଥିଲେ ଆଉ ଶିଖର ଧଓ୍ଵନ ଦାୟିତ୍ୱ ସମ୍ଭାଳିଥିଲେ।


ଲଡସରେ ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଟିମ୍‌ ଇଣ୍ଡିଆ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲା। ଟିମ୍‌ ଇଣ୍ଡିଆର ବୋଲର ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିନେଇଥିଲେ। କିନ୍ତୁ ଲିଭିଂଷ୍ଟୋନ, ମୋଇନ ଅଲ୍ଲୀ, ଡେଭିଡ ଭିଲ୍‌ଙ୍କ ବ୍ୟାଟିଂ ଇଂଲଣ୍ଡକୁ ୨୪୬ ରନ୍‌ କରିବାରେ ସକ୍ଷମ ହୋଇଥିଲେ।

୨୪୬ ରନର ପିଛା କରି ଟିମ୍‌ ଇଣ୍ଡିଆ ପ୍ରଥମରୁ ଭଲ ଆରମ୍ଭ କରିଥିଲା। କିନ୍ତୁ ରୋହିତ ଏବଂ ପନ୍ତ ଖାତା ଖୋଲିପାରିନଥିଲେ। ଶିଖର ଧଓ୍ଵନ ୯ ରନ, କୋଡଳି ୧୬ ରନ କରି ଆଉଟ୍‌ ହୋଇଥିଲେ। ୭୩ ରନ୍‌ରେ ଟିମ୍‌ ଇଣ୍ଡିଆର ଅଧା ଖେଳାଳି ପାଭିଲିଅନ ଫେରିଯାଇଥିଲେ। ୧୪୬ ରନରେ ଅଲଆଉଟ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ। ଆଉ ଇଂଲଣ୍ଡ ଦ୍ୱିତୀୟ ଦିନିକିଆକୁ ୧୦୦ ରନ୍‌ରେ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.