ବିବାହର ଫଟୋ ସେୟାର କଲେ ସଚିନ୍ ତେନ୍ଦୁଲକର, ମୁଣ୍ଡରେ ବାନ୍ଧୁଛନ୍ତି ପଗଡ଼ି

ଅନେକ ଦିନପରେ ସଚିନ୍ ତେନ୍ଦୁଲକରଙ୍କ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି। ଏହି ଭିଡ଼ିଓରେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ସଚିନ୍ ତେନ୍ଦୁଲକର। ଏହି ଭିଡିଓ ସେୟାର କରିଛନ୍ତି
ପୂର୍ବତନ କ୍ରିକେଟ୍ ଖେଳାଳୀ ନିଜେ ସଚିନ ତେନ୍ଦୁଲକର। ତାଙ୍କ ବଡ଼ ଭାଇ ନିତିନଙ୍କ ଝିଅ ବିବାହରେ ସେ ପାରମ୍ପାରିକ ପୋଷାକ ପିନ୍ଧିଥିଲେ ଏବଂ ବିବାହ ପୂର୍ବରୁ ତାଙ୍କ ମୁଣ୍ଡରେ ପଗଡି ପିନ୍ଧୁଥିବାର ନଜର ଆସିଥିଲେ।

 

 

View this post on Instagram

 

A post shared by Sachin Tendulkar (@sachintendulkar)

ତେବେ ତେନ୍ଦୁଲକରଙ୍କୁ ଅଗଷ୍ଟ ୧୦ ମଙ୍ଗଳବାର ଦିନ ତାଙ୍କ ଝିଆରି ବିବାହରେ ବହୁତ୍ ଖୁସି ଥିବାର ଦେଖିବାକୁ ମିଳିଥିଲା। ବିବାହ ପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ ମୁଣ୍ଡରେ ପଗଡି ବାନ୍ଧିଥିଲେ, ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ତାଙ୍କୁ ଏହି ପାରମ୍ପାରିକ ପୋଷାକରେ କାହିଁକି ଦେଖାଯାଉଛି ବୋଲି କହିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ତାଙ୍କର ଅନେକ ଫ୍ୟାନ କମେଣ୍ଟ କରିଛନ୍ତି ଓ ଭିଡ଼ିଓକୁ ପସନ୍ଦ ମଧ୍ୟ କରୁଛନ୍ତି।

 

View this post on Instagram

 

A post shared by Sachin Tendulkar (@sachintendulkar)


ତେନ୍ଦୁଲକର ଚାରି ଭାଇଭଉଣୀଙ୍କ ମଧ୍ୟରୁ ବଡ଼ । ତାଙ୍କ ଝିଆରିର ବିବାହ ପାଇଁ ସଚିନ୍ ଏହିପରି ପ୍ରସ୍ତୁତ ହୋଇଥିଲେ। ତେବେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିଥିବା ସଚିନ୍ ତେନ୍ଦୁଲକର ତାଙ୍କ ଷ୍ଟାରଡମ୍ ପାଇଁ ନୁହେଁ, ବରଂ ତାଙ୍କର ସରଳ ପ୍ରକୃତି ପାଇଁ ଜଣାଶୁଣା। ସଚିନ ପ୍ରାୟତ ସୋସିଆଲ ମିଡିଆରେ ତାଙ୍କ ଜୀବନ ସହ ଜଡିତ ମୂହୁର୍ତ୍ତଗୁଡିକ ସେୟାର କରନ୍ତି।

Leave A Reply

Your email address will not be published.