ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ଭାରତ- ଇଂଲଣ୍ଡ: ପ୍ରଥମ ଟେଷ୍ଟ ପୂର୍ବରୁ ବଦଳିଲା SG ବଲ୍, ନୂଆ ବଲରେ ଖେଳାଯିବ ମ୍ଯାଚ

ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଚେନ୍ନାଇରେ ମୁହାଁମୁହିଁ ହେବେ ଉଭୟ ଦଳ । ଚିପକ ଷ୍ଟାଡିୟମ୍ ମଧ୍ୟ ବିନା ଦର୍ଶକରେ ଉଭୟ ଦଳକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି। ଘରୋଇ ଗ୍ରାଉଣ୍ଡ୍ରେ ୨୦୧୬ର ପ୍ରଦର୍ଶନକୁ ଦୋହରାଇ ଭାରତୀୟ ଦଳ ଆଉ ଏକ ଟେଷ୍ଟ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛି। ତେଣୁ ୪ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଦିନରୁ କଡ଼ା ମୁକାବିଲା ଦେଖିବାକୁ ମିଳିବ । କୋଭିଡ ମହାମାରୀ ପରେ ଭାରତରେ ପ୍ରଥମ କ୍ରିକେଟ ସିରିଜ୍ ଖେଳାଯାଉଛି । ଷ୍ଟାଡିୟମରେ କୌଣସି ଦର୍ଶକଙ୍କ ଅନୁମତି ନାହିଁ ।

ଏହି ସିରିଜର ସବୁ ମ୍ଯାଚ ବଦଳିଥିବା ନୂଆ ବଲରେ ଖେଳାଯିବ। ବିସିସିଆଇ ପାଇଁ ବଲ ଦେଉଥିବା କମ୍ପାନୀ ଏସଜି ଅନୁସାରେ, ନୂଆ ବଲରେ କିଛି ସମସ୍ଯା ରହିଛି। ଏହାର ଭିତର ଭାଗ ବହୁତ କଠିନ ରହିଥିବା ବେଳେ ଏହାର ରଙ୍ଗ ଅଧିକ ଲାଲ ରହିବ। ଗତ କିଛି ବର୍ଷ ପୂର୍ବେ ଭାରତୀୟ ଖେଳାଳି SG ବଲ ବିଷୟରେ ଆଲୋଚନା କରିଥିଲେ। ବିରାଟ କୋହଲି ଏବଂ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସାମିଲ ରହିଛନ୍ତି। ସେମାନେ ୧୦ ଓଭର ବଲ ଖେଳିବା ପରେ ବଲ ଖରାପ ହେବା ଏବଂ କଠିନ ହେବା ବିଷୟରେ ଅଭିଯୋଗ କରିଥିଲେ। ତା ପରେ ଏସଜି ଏହି ବଲରେ କିଛି ପରିବର୍ତ୍ତନ କରିଥିଲା। ଏସଜି ହାତରେ ତିଆରି ବଲକୁ ମେସିନରେ ତିଆରି ବଲ ଭଳି ଫିର୍ନିସିଂ କରିଥିଲା। ଏବେ ଏହି ବଲ କେମିତି ନିଜର ପ୍ରଭାବ ପକାଇ ତାହା ଦେଖିବାକୁ ବାକି ରହିଲା।

icc
photo credit: Hayat

ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ଅଧିନାୟକ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଈଶାନ୍ତ ଶର୍ମା ଦଳକୁ ଫେରିଛନ୍ତି । ବୋଲିଂରେ ଓ୍ଵାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ସିରାଜ ନିଜ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଅଭିଜ୍ଞ ଈଶାନ୍ତ ଶର୍ମା ଓ ସ୍ପିନର ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ଵାଡରେ ସାମିଲ କରାଯାଇ ନାହିଁ । ଦ୍ରୁତ ବୋଲର ଟି ନଟରାଜନ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.